ରିପୋର୍ଟ କାର୍ଡ / କଟକ
ସାଲେପୁରର ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି | ଆତ୍ମାହୁତି ଉଦ୍ୟମ ପରେ ଗୁରୁତର ହୋଇଥିବା ମହିଳା କଟକ ଏସ୍ସିବି ମେଡିକାଲ୍ରେ ଚିକିତ୍ସାଧନ ଥିଲେ। କିନ୍ତୁ ଡାକ୍ତରୀ ଟିମର ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସେ ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣଙ୍କ ହେଉଛି ରଶ୍ମିତା ଦାସ। ଗୁରୁବାର ରାତିରେ ଖର୍ତ୍ତାଙ୍ଗ ଗାଁର ରଶ୍ମିତାଙ୍କ ସ୍ୱାମୀ ଶଙ୍କର ଦାସଙ୍କୁ ଚୋରି ଅଭିଯୋଗରେ ମାହାଙ୍ଗା ଥାନା ପୋଲିସ ଗିରଫ କରିଥିଲା। ଶୁକ୍ରବାର ସକାଳେ ରଶ୍ମିତା ଥାନାରେ ପହଞ୍ଚିଥିଲେ। ସ୍ୱାମୀ ଶଙ୍କର ନିର୍ଦ୍ଦୋଷ, ତାଙ୍କୁ ଛଡ଼ନ୍ତୁ ବୋଲି ପୋଲିସ କହିଥିଲେ। ହେଲେ ପୋଲିସ କିଛି ଶୁଣି ନଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ ରଶ୍ମିତା। ଯାହାଫଳରେ ତାଙ୍କ ଶରୀର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମାହାଙ୍ଗା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ଠାରୁ ତାଙ୍କର ଏସସିବିରେ ଚିକିତ୍ସା ଚାଲିଥିଲେ ହେଁ ଆଜି ସେ ପ୍ରାଣ ହରାଇଛନ୍ତି। ରଶ୍ମିତାଙ୍କ ଦୁଇ ଗୋଡ଼କୁ ଛାଡ଼ିଦେଲେ ପୂରା ଶରୀର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ ରଶ୍ମିତା। ଯାହାଫଳରେ ତାଙ୍କ ଶରୀର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମାହାଙ୍ଗା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ଠାରୁ ତାଙ୍କର ଏସସିବିରେ ଚିକିତ୍ସା ଚାଲିଥିଲେ ହେଁ ଆଜି ସେ ପ୍ରାଣ ହରାଇଛନ୍ତି। ରଶ୍ମିତାଙ୍କ ଦୁଇ ଗୋଡ଼କୁ ଛାଡ଼ିଦେଲେ ପୂରା ଶରୀର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……