Report Card Odisha

| Daily Odia News

ବଢ଼ିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ, ଡବଲ ମର୍ଡର ମାମଲାର ରିପୋର୍ଟ ମାଗିଲେ କୋର୍ଟ……

ରିପୋର୍ଟ କାର୍ଡ / କଟକ

ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିବା ବେଳେ ଶନିବାର ଏହି ମାମଲାକୁ ନେଇ ରିପୋର୍ଟ ମାଗିଛନ୍ତି JMFC କୋର୍ଟ। ଏହା ସହିତ ମାହାଙ୍ଗା ପୋଲିସର ତଦନ୍ତକୁ ତୀବ୍ର ଭର୍ତ୍ସନା କରିଛନ୍ତି କୋର୍ଟ । ତଦନ୍ତ କେଉଁଯାଏ ଯାଇଛି ରିପୋର୍ଟ ଦେବାକୁ ମାହାଙ୍ଗା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମୋବାଇଲ କଲ ରେକର୍ଡ ଦାଖଲ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୃତକ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସମେତ ମନ୍ତ୍ରୀଙ୍କୁ ୨ ସହଯୋଗୀଙ୍କ କଲ ରେକର୍ଡ ମଧ୍ୟ କୋର୍ଟ ମାଗିଥିବା ଜଣାପଡିଛି । ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଏବଂ ମନ୍ତ୍ରୀଙ୍କ ପ୍ରତିନିଧି ବାପି ବିଶ୍ୱାଳଙ୍କ କଲ ରେକର୍ଡ ମଗାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ମନ୍ତ୍ରୀଙ୍କ ନାଁ ଚାର୍ଜସିଟରେ ନଥିବା କାରଣରୁ ମୃତକଙ୍କ ପୁଅ ଏହା ବିରୋଧରେ ଆବେଦନ କରିଥିଲେ । ଆବେଦନ ଆଧାରରେ ଅଗଷ୍ଟ ୨୬ ତାରିଖରେ ସାଲେପୁର ଜେଏମ୍ଏଫସି କୋର୍ଟ ଚାର୍ଜସିଟରେ ମନ୍ତ୍ରୀଙ୍କ ନାମ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

Breaking News