Report Card Odisha

| Daily Odia News

ମାହାଙ୍ଗା ଡବଲ୍ ମର୍ଡର: କୋର୍ଟରେ ହାଜରମାହାଙ୍ଗା ଥାନା ଆଇଆଇସି…..

ରିପୋର୍ଟ କାର୍ଡ / କଟକ

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଜି କୋର୍ଟରେ ହାଜର ହୋଇଛନ୍ତି ମାହାଙ୍ଗା ଥାନା ଅଧିକାରୀ ନିହାରରଞ୍ଜନ ମହାନ୍ତି । ସାଲେପୁର ଜେଏମଏଫସିଙ୍କ କୋର୍ଟରେ ଆବଶ୍ୟକ ସିଡିଆର ଓ କେସ୍ ଡ଼ାଏରୀ ଦାଖଲ କରିଛନ୍ତି । ଉଲ୍ଲେଖଯୋଗ୍ୟ – ଡବଲ ମର୍ଡର ଘଟଣାରେ ଜେଏମଏଫସି କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ କେସ୍ ଡାଏରୀ ଓ ସିଡିଆର ସଂରକ୍ଷଣ କରି ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ମାହାଙ୍ଗା ଥାନା ଅଧିକାରୀ । ଜେଏମଏଫସିଙ୍କ ଏହି ନିର୍ଦ୍ଦେଶର ପୁନଃ ବିଚାର ପାଇଁ ସାଲେପୁର ଏଡିଜେ କୋର୍ଟରେ ଆବେଦନ କରିଥିଲେ। ତାହାକୁ ଏଡିଜେ ଖରାଜ କରିଥିଲେ। ଗତ ୪ ତାରିଖ ଦିନ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଚଳିତ ମାସ ୧୦ତାରିଖ ସକାଳ ୧୦ଟା ୩୦ସୁଦ୍ଧା କୋର୍ଟରେ ଜମା କରିବା ସହ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବନି ତାହା ମଧ୍ୟ ଜଣାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଶୁକ୍ରବାର କୋର୍ଟଙ୍କ ଧାର୍ଯ୍ୟ ସମୟ ୧୦ଟା ୩୦ମିନିଟ୍ ସମୟରେ ମାହାଙ୍ଗା ଥାନା ଅଧିକାରୀ ହାଜର ହେବା ସହ ଆବଶ୍ୟକ ସିଡିଆର ଓ କେସ୍ ଡାଏରୀ ସାଲେପୁର ଜେଏମଏଫସିଙ୍କ କୋର୍ଟରେ ଦାଖଲ କରିଥିବା ସୂଚନା ମିଳିଛି|

 

Breaking News