ରିପୋର୍ଟ କାର୍ଡ / କଟକ
ମାହାଙ୍ଗା ଡବଲ ମର୍ଡର ମାମଲାରେ ତଳକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦାୟର ହୋଇଥିବା ରିଭିଜନ ପିଟିସନ ଖାରଜ ହୋଇଛି । ପୋଲିସ ପକ୍ଷରୁ ଦାୟର ପିଟିସନକୁ ଖାରଜ କରିଛନ୍ତି ସାଲେପୁର ଏଡିଜେ । ଏହି ଘଟଣାରେ ପୁନଃ ତଦନ୍ତ ଓ ସିଡିଆର ଦାଖଲ ନିର୍ଦ୍ଦେଶର ରିଭିଜନ ଚାହିଁଥିଲା ପୋଲିସ । ଏସପିଙ୍କ ଚିଠି ଓ ମାହାଙ୍ଗା IICଙ୍କ ସତ୍ୟପାଠ ଜରିଆରେ ରିଭିଜନ ଆବଶ୍ୟକ କରିଥିଲେ । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରିଛନ୍ତି ଏଡିଜେ । ମାହାଙ୍ଗା ଡବଲ ମଡର ଘଟଣାରେ ପ୍ରୋଟେଷ୍ଟ ପିଟିସନ ବଳରେ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ JMFC । ଚାର୍ଜସିଟରେ ମନ୍ତ୍ରୀଙ୍କ ନାଁ ନଥିବାରୁ ପୁନଃ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ଏତିକି ନୁହେଁ ୩ ଜଣଙ୍କ କଲ୍ ଡିଟେଲ୍ସ ରେକର୍ଡ ଦାଖଲ ପାଇଁ ବି ନିର୍ଦ୍ଦେଶ ଦେଇଥିଲେ । JMFCଙ୍କ ଆଦେଶ ଉପରେ ରିଭିଜନ ପିଟିସନ ଫାଇଲ କରିଥିଲା ପୋଲିସ । ତେବେ ଏସମ୍ପର୍କରେ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..