ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ବୁଲଢାନାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ବସ୍ରେ ନିଆଁ ଲାଗିଯିବାରୁ ଶୋଇଥିବା ଅବସ୍ଥାରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣ ଗୁରୁତର ହୋଇଛନ୍ତି। ବସ୍ଟି ନାଗପୁରରୁ ପୁଣେ ଅଭିମୁଖେ ପ୍ରାୟ ୩୩ ଯାତ୍ରୀଙ୍କୁ ଧରି ଯାଉଥିଲା। ମାତ୍ର ରାତି ପ୍ରାୟ ଦେଢଟା ବେଳେ ବସ୍ଟି ବୁଲଢାନା ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ବସ୍ର ଚକା ଫାଟିଯାଇଥିଲା। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଥିବା ଏହାର ଡ୍ରାଇଭର କହିଛନ୍ତି। ବସ୍ଟି ଓଲଟି ପଡ଼ିଥିବା ବେଳେ ସଙ୍ଗେସଙ୍ଗେ ସେଥିରେ ନିଅଁ ଲାଗି ଯାଇଥିଲା। ଉକ୍ତ ସମୟରେ ବସ୍ର ଅଧିକାଂଶ ଯାତ୍ରୀ ଶୋଇ ପଡ଼ିଥିଲେ। ଆଖି ପିଛୁଳାକେ ନିଆଁ ସମଗ୍ର ବସ୍କୁ ବ୍ୟାପି ଯାଇଥିବା ବେଳେ ଯାତ୍ରୀମାନେ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ୨୫ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..