ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଗାତାର ଭାବେ ରେଳ ଦୁର୍ଘଟଣା ଘଟାଇବା ପାଇଁ ଚାଲିଛି ଷଡଯନ୍ତ୍ର । କେତେବେଳେ ରେଳ ଟ୍ରାକ୍ରୁ ଗ୍ୟାସ୍ ସିଲିଣ୍ଡର ତ କେତେବଳେ ଇଟା ଓ ପଥର ଜବତ କରାଯାଉଛି। ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏପରି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଗତ ୫ ତାରିଖରେ ଥାନେ ଜିଲ୍ଲାର ଭୟନ୍ଦର ଓ ମୀରାରୋଡ ରେଳ ଷ୍ଟେଶନ ମଝିରେ ଟ୍ରେନ୍ ଟ୍ରାକ୍ରେ ଲୁହା ଛଡ଼ ଭର୍ତ୍ତି ଏକ ବ୍ୟାଗ୍ ଜବତ କରାଯାଇଛି। ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ରେଳୱେ ପୋଲିସ ଅଧିକାରୀ କହିଛନ୍ତି, ଗତ ୫ ତାରିଖରେ କିଛି ଲୋକ ୭ ଲୁହା ଛଡ଼ ଭର୍ତ୍ତି ଥିବା ଏକ ବ୍ୟାଗ୍କୁ ରେଲୱେ ଟ୍ରାକ୍ରେ ଫୋପାଡ଼ି ଦେଇଥିଲେ। ମାତ୍ର ସୂଚନା ପାଇ ପୋଲିସ ତୁରନ୍ତ ଏହାକୁ ଟ୍ରାକ୍ରୁ ଜବତ କରିଛି। ନଚେତ ଏକ ବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନୀ ହୋଇଥାନ୍ତା । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ନିକଟରେ ଥିବା ଏକ କନଷ୍ଟ୍ରକସନ୍ ସାଇଟ୍ରୁ ୩ ଜଣ ଛଡ଼ ଚୋରି କରିଥିବା ଜଣାପଡ଼ିଲା। ଏହାପରେ ସଙ୍ଗେସଙ୍ଗେ ପୋଲିସ ୩ ଜଣଙ୍କୁ ବାନ୍ଧିଥିବା ବେଳେ ସେମାନଙ୍କ ବୟସ ୧୯ ବର୍ଷ ବୋଲି ଜଣାଯାଇଛି। ଏହା ପୂର୍ବରୁ ବହୁ ଥର ଟ୍ରେନ୍କୁ ଟ୍ରାକ୍ରୁ ଖସାଇ ଦୁର୍ଘଟଣା ଘଟାଇବାକୁ ସାଂଘାତିକ ଷଡଯନ୍ତ୍ର ରଚାଯାଇଛି। ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଟ୍ରାକ୍ରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିବା ବେଳେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ ତାହାକୁ ଧକ୍କା ଦେଇଥିଲା। ଏହାପରେ ରାଜସ୍ଥାନର ଆଜମେରରେ ରେଲୱେ ଟ୍ରାକ୍ ମଝିରେ ବଡ଼ ବଡ଼ ସିମେଣ୍ଟ ଖଣ୍ଡ ରଖାଯାଇଥିଲା। ଏହାର ଓଜର ୭୦ କେଜି ବୋଲି ଜଣାପଡ଼ିଛି। ତେବେ ଦ୍ରୁତ ଗତିରେ ଥିବା ମାଲବାହୀ ଟ୍ରେନ୍ଟି ଉକ୍ତ ସିମେଣ୍ଟ ଖଣ୍ଡକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିବା ବେଳେ ତାହା ଲାଇନ୍ଚ୍ୟୁତ ହୋଇ ନ ଥିଲା।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..