ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ରାଜଭବନରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣରରେ ପ୍ରାୟ ୧୫ରୁ ୧୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି ବୋଲି ସୂଚନା ରହିଛି। ଏଥିରେ ବିଜେପିର ୧୧ରୁ ୧୨ ଜଣ ବିଧାୟକ ଏବଂ ସିନ୍ଦେ ଗୋଷ୍ଠୀରୁ ୫ ରୁ ୭ଜଣ ବିଧାୟକଙ୍କୁ ସୁଯୋଗ ଦିଆଯାଇପାରେ। ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ପରେ ହେବ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ସାୟଦ୍ରୀ ଗେଷ୍ଟ୍ ହାଉସ୍ରେ ବିଦ୍ରୋହୀ ବିଧାୟକଙ୍କୁ ନେଇ ଏକନାଥ ସିନ୍ଦେ ଏକ ବୈଠକ ଡକାଇଛନ୍ତି। ଏହି ବୈଠକରେ ସିନ୍ଦେ ମନ୍ତ୍ରିମାନଙ୍କ ନାମ ପ୍ରକାଶ କରିବେ ବୋଲି ସୂଚନା ରହିଛି।ଅନ୍ୟପକ୍ଷରେ ଉଦ୍ଧବ ଠାକ୍ରେଙ୍କ ଗୋଷ୍ଠୀ ପକ୍ଷରୁ ବିରୋଧୀ ଦଳ ନେତା ଭାବେ ଅମ୍ବାଦାସ୍ ଦନ୍ଭେଙ୍କ ନାମ ସୁପାରିସ କରାଯାଇଛି। ଏ ନେଇ ଠାକ୍ରେ ବିଧାନ ପରିଷଦ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି। ତେବେ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସାମିଲ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବ ସରକାରର କେଉଁମାନଙ୍କୁ ବାଦ ଦିଆଯିବ ଓ କେଉଁମାନଙ୍କୁ ସାମିଲ କରାଯିବ ସେନେଇ ଏବେ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଚାଲିଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..