ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ସ୍ତ୍ରୀ ଅମୃତା ଫଡ଼ନବୀସଙ୍କୁ ‘ୱାଇ ପ୍ଲସ୍’ ସୁରକ୍ଷା ଯୋଗାଇଦିଆଯାଇଛି | ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ରର ପୋଲିସପକ୍ଷରୁ ସୁରକ୍ଷା ଏବଂ ନିରାପତ୍ତା ଶାଖା ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛି। ଏହା ପୂର୍ବରୁ ଅଭିନେତା ସଲ୍ମାନ ଖାଁଙ୍କ ନିରାପତ୍ତା ବ୍ୟବସ୍ଥା ‘ଏକ୍ସ୍’ ରୁ ‘ୱାଇ ପ୍ଲସ୍’କୁ ବୃଦ୍ଧି କରାଯାଇଥିଲା। ଏହି ସୁରକ୍ଷା ବ୍ୟବସ୍ଥା ଅନୁସାରେ, ସଦାସର୍ବଦା ୨ଜଣ ସଶସ୍ତ୍ର ପ୍ରହରୀ ତାଙ୍କ ସହିତ ରହିବେ। ଏହାଛଡ଼ା, ଅହର୍ନିଶ ତାଙ୍କ ବାସଭବନ ପରିସରରେ ଆଉ ୨ଜଣ ପ୍ରହରୀ ରହିବେ। ଜନଗହଳିର ସମ୍ମୁଖୀନ ହେବା ସହ ହତ୍ୟା ଧମକ ଚିହ୍ନଟ କରିବା ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ରଖିବା ପାଇଁ ଉକ୍ତ ପ୍ରହରୀମାନେ ତାଲିମ ପାଇ ଥାଆନ୍ତି। ‘ସିକ୍ୟୁରିଟି ରିଭ୍ୟୁ କମିଟି’ର ନେତୃତ୍ବ ନେଉଥିବା ରାଜ୍ୟର ମୁଖ୍ୟ ଶାସନ ସଚିବ ‘ୱାଇ ପ୍ଲସ୍’ ସୁରକ୍ଷା ପ୍ରଦାନ ବ୍ୟବସ୍ଥାକୁ ମଞ୍ଜୁରି ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ-ବିଷ୍ଣୋଇ ଗ୍ୟାଙ୍ଗ୍ରୁ ହତ୍ୟା ଧମକ ପାଇବା ପରେ ବଲିଉଡ୍ ସୁପର୍ଷ୍ଟାର୍ ସଲ୍ମାନ୍ ଖାଁଙ୍କୁ ‘ୱାଇ ପ୍ଲସ୍’ ସୁରକ୍ଷା ଯୋଗାଇ ଦିଆଯିବାର କିଛି ସମୟ ପରେ ଫଡ଼ନବୀସଙ୍କ ସ୍ତ୍ରୀ ଅମୃତା ଫଡ଼ନବୀସଙ୍କୁ ମଧ୍ୟ ‘ୱାଇ ପ୍ଲସ୍’ ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..