ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ ମହାବିକାଶ ଅଘାଡ଼ି ଗଠବନ୍ଧନ ସରକାର କୁ କଡା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ। ବିଧାନସଭାରେ ଭୋଟିଂ ସମୟରେ ବିରୋଧୀ ଇଡି ଇଡି ନାରା ଦେଉଥିବାରୁ ସେ ଏହାକୁ ବିରୋଧ କରିଥିଲେ। ଏହାର ଉତ୍ତରରେ ସେ କହିଥିଲେ ଯେ, “ହଁ ମହାରାଷ୍ଟ୍ରରେ ଇଡି ସହଯୋଗରେ ସରକାର ଗଠନ ହୋଇଛି। ପୂର୍ବରୁ ଇଡି ଡରରେ ଉଦ୍ଧବ ଠାକରେଙ୍କ ସମର୍ଥନରେ ଥିବା କିଛି ବିଧାୟକ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସହ ହାତ ମିଳାଇଥିବା ନେଇ ବିରୋଧୀ ଆରୋପ ଲଗାଇଥିଲେ।ଫଡନବୀସ୍ କହିଛନ୍ତି ଯେ, ହଁ, ମହାରାଷ୍ଟ୍ରରେ ଇଡି ସହାୟତାରେ ସରକାର ଗଠନ କରାଯାଇଛି। ମୁଁ କହିଥିଲି କି ମୁଁ ଫେରିବି ଆଉ ସେ ସମୟରେ କିଛି ଲୋକେ ମୋତେ ପରିହାସ କରିଥିଲେ। ଆଉ ଆଜି ମୁଁ ଏକନାଥ ସିନ୍ଦେଙ୍କ ସହିତ ଫେରିଛି। ତେବେ ମୁଁ ସେହି ଲୋକମାନଙ୍କଠୁ ପ୍ରତିଶୋଧ ନେବି ନାହିଁ ଯେଉଁମାନେ ମୋର ପରିହାସ କରିଥିଲେ। ଦେବେନ୍ଦ୍ର ଫଡନାଭିସ୍ ଆହୁରି କହିଛନ୍ତି ଯେ ୨୦୧୯ ରେ ତାଙ୍କ ସହଯୋଗୀ ଦଳ ସରକାର ଗଠନ ପାଇଁ ବହୁମତ ପାଇଥିଲେ କିନ୍ତୁ ତାଙ୍କୁ କ୍ଷମତାଠାରୁ ଦୂରରେ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ଏକନାଥ ସିନ୍ଦେଙ୍କ ସହ ଆମେ ପୁନର୍ବାର ଶିବସେନା ସହିତ ସରକାର ଗଠନ କରିଛୁ। ଜଣେ ପ୍ରକୃତ ଶିବ ସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ପାର୍ଟି କମାଣ୍ଡର ନିର୍ଦ୍ଦେଶରେ ମୁଁ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛି। ଉଲ୍ଲେଖଯୋଗ୍ୟ, ଆଜି ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ‘ଫ୍ଲୋର୍ ଟେଷ୍ଟ୍’ରେ ସିନ୍ଧେ ଗୋଷ୍ଠୀ ୧୬୪ ଭୋଟ୍ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ‘ଫ୍ଲୋର୍ ଟେଷ୍ଟ୍’ରେ ‘ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ୍ ମିଳିଥିଲା। ଆଜି ଫ୍ଲୋର୍ ଟେଷ୍ଟ୍ ପ୍ରମାଣ କରିବା ପାଇଁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ବିଧାନସଭାରେ ପହଞ୍ଚିଥିଲେ। ଜେଲ୍ରେ ଥିବାରୁ ଆଜିର ଏହି ‘ଫ୍ଲୋର୍ ଟେଷ୍ଟ୍’ରେ ‘ଏନ୍ସିପି’ ବିଧାୟକ ନବାବ ମଲ୍ଲିକ ଏବଂ ଅନୀଲ ଦେଶମୁଖ ଭୋଟ୍ ଦେଇ ପାରିନାହାନ୍ତି। ଏହାଛଡ଼ା, ସମାଜବାଦୀ ପାର୍ଟି ଏବଂ ‘ଏଆଇଏମ୍ଆଇଏମ୍’ର ବିଧାୟକମାନେ ଆଜିର ‘ଫ୍ଲୋର୍ ଟେଷ୍ଟ୍’ରେ ଭୋଟ୍ ଦେଇ ନଥିବା ସୂଚନା ମିଳିଛି |






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..