ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ରରେ ଭୀଷଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି | ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧୬୪କୁ ବୃଦ୍ଧି ପାଇଛି । ସୋମବାର ରାୟଗଡ଼ରେ ୧୧ ଜଣଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଥିବାବେଳେ ୱାର୍ଧା ଏବଂ ଅକୋଲାରେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆହୁରି ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଏଯାବତ୍ ବର୍ଷା ପ୍ରଭାବିତ ଅଞ୍ଚଳରୁ ୨,୨୯,୦୭୪ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। କେବଳ ରାୟଗଡ଼ରେ ୭୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସତରାରେ ୪୧, ରତ୍ନଗିରିରେ, ୨୧, ଥାନେରେ ୧୨, କୋହ୍ଲାପୁରରେ ୭, ମୁମ୍ବାଇରେ ୪ ଏବଂ ସିନ୍ଧୁଦୁର୍ଗ, ପୁନେ, ୱାର୍ଧା ଏବଂ ଅକୋଲାରୁ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ରେ ୫୩ ଜଣ ନିଖୋଜ ହୋଇଯାଇଥିବାବେଳେ ସତରାରେ ୨୭, ରତ୍ନଗିରିରେ ୧୪ , ଥାନେରେ ୪, ସିନ୍ଧୁଦୁର୍ଗ ଏବଂ କୋହ୍ଲାପୁରରେ ୨ ଜଣ ଲେଖାଏଁ ନିଖୋଜ ହୋଇଛନ୍ତି। ରାୟଗଡ଼ରେ ତାଲିୟେ ଗ୍ରାମରେ ଆଜି ସର୍ଚ୍ଚ୍ ଅପରେସନ୍ ଶେଷ ହୋଇଛି। ତାଲିୟେ ଗ୍ରାମରେ ନିଖୋଜ ହୋଇଥିବା ୩୧ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ସାଙ୍ଗ୍ଲି ଜିଲ୍ଲାରେ ବନ୍ୟା ପ୍ରଭାବିତ ଗ୍ରାମ ଗୁଡ଼ିକ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟା ପ୍ରଭାବିତ ଲୋକମାନଙ୍କ ସହ ପାୱାର କଥା ହୋଇଛନ୍ତି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଚିପଲୁନ ଗସ୍ତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……