ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ତାରିଖ ଜାନୁଆରୀ ୩୦ କୁ ସାରାଦେଶ ଶହୀଦ ଦିବସ ଭାବେ ପାଳନ କରିବ | କେନ୍ଦ୍ର ସରକାର ଏନେଇ ଘୋଷଣା କରିଛନ୍ତି। ଏହି ଦିନ ସକାଳ ୧୧ ଟାରେ ଦୁଇ ମିନିଟର ନିରବତା ପାଳନ କରାଯିବ| ଯେଉଁଥିରେ କୌଣସି ପ୍ରକାରର ସାଧାରଣ କାର୍ଯ୍ୟ ଏବଂ ଗତିବିଧି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ଏହି ପରିପ୍ରେକ୍ଷୀରେ ଗୃହ ବିଭାଗ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି।ଏ ସମ୍ପର୍କରେ ଜାନୁଆରୀ ୧୦ ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।ଏହି ଦିନ, ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ଶହୀଦଙ୍କୁ ୨ ମିନିଟ୍ ନୀରବ ରଖିବା ଦ୍ୱାରା ତାଙ୍କର ଅବଦାନକୁ ସ୍ମରଣ କରାଯିବ । ୨ମିନିଟ୍ ନୀରବ ରହି ସମଗ୍ର ଦେଶ ଏହି ସମସ୍ତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ। ନୀରବ ସମୟର ଆରମ୍ଭ ଏବଂ ଶେଷ ବିଷୟରେ ସୂଚନା ସାଇରନ୍ ବା ସେନା ବନ୍ଧୁକ ମାଧ୍ୟମରେ ଦିଆଯିବ ।






More Stories
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..