ରିପୋର୍ଟ କାର୍ଡ / ପୁରୀ
ପଞ୍ଚଭୂତରେ ବିଲୀନ ହେଲେ ମହେଶ୍ୱର ମହାନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ଗାର୍ଡ ଅଫ୍ ଅନର ପରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି। ସେହି ସମୟରେ ମହେଶ୍ୱରଙ୍କ ସଂପର୍କୀୟ, ବହୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଙ୍କ ସହ ତାଙ୍କର ଶହ ଶହ ଶୁଭେଚ୍ଛୁ ଓ ସମର୍ଥକ ଏବଂ ବିଜେଡି କର୍ମୀ ଉପସ୍ଥିତ ଥିଲେ। ଉଲ୍ଲେଖ ଯୋଗ୍ୟ- ଗତ ୧ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ମହେଶ୍ୱର ମହାନ୍ତି। ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରୁ ବ୍ରେନ୍ ଷ୍ଟ୍ରୋକ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..