Report Card Odisha

| Daily Odia News

ମହିମା ମିଶ୍ରଙ୍କ ପୁଅ ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ CBI ଗିରଫ କରିଥିବା ସୂଚନା ମିଳିଛି । କଟକ ଓଡ଼ିଆ ବଜାର ସ୍ଥିତ ବାସଭବନରୁ ପୁଅ ଚର୍ଚ୍ଚିତଙ୍କୁ ଗିରଫ କରାଯାଇଛି । ତେବେ ଗତକାଲି ମହିମାଙ୍କ ପୁଅଙ୍କୁ ଜେରା କରିଥିଲା ସିବିଆଇ । ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରି ସାରିଛି ସିବିଆଇ । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କୁ ଗିରଫ କରାଯାଇଛି । ଏହା ସହ ଠିକାଦାର ସୁମନ୍ତ ରାଉତଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି । କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଂଖଶୁଭ୍ର ମିତ୍ର ଗିରଫ ହୋଇଛନ୍ତି । ଓଏସଏଲ ଅପରେସନ ଡିଜିଏମ ସୂର୍ଯ୍ୟ ନାରାୟଣ ସାହୁ ମଧ୍ୟ ଗିରଫ ହୋଇଛନ୍ତି ।

Breaking News