Report Card Odisha

| Daily Odia News

ମାନହାନୀ ମାମଲାରୁ ଓହରିଲେ ମହୁଆ ମୈତ୍ରଙ୍କ ଓକିଲ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବ୍ୟକ୍ତିଗତ ଓ ବୃତ୍ତିଗତ ସ୍ବାର୍ଥ ମଧ୍ୟରେ ଦ୍ବନ୍ଦ୍ବ ଉପୁଜୁଥିବା ଦର୍ଶାଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ‘ଅର୍ଥ ବିନିମୟରେ ପ୍ରଶ୍ନ’ ମାନହାନୀ ମାମଲାରୁ ତାଙ୍କ ଓକିଲ ଓହରି ଯାଇଛନ୍ତି। ତେଣୁ, ଅକ୍ଟୋବର ୩୧ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ। ଆଜିର ଶୁଣାଣି ବେଳେ ସୁପ୍ରିମ୍‌ କ‌ୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରଈ ଅଦାଲତଙ୍କୁ କହି‌ଛନ୍ତି ଯେ, ମୈତ୍ରଙ୍କ ଓକିଲ ଗୋପାଳ ଶଙ୍କରନାରାୟଣ ଗୁରୁବାର ରାତିରେ ତାଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା କରିଥିଲେ। ‘ତୃଣମୂଳ କଂଗ୍ରେସ’ ନେତ୍ରୀଙ୍କ ବିରୋଧରେ ‘ସିବିଆଇ’ରେ ଦାଏର କରିଥିବା ଅଭିଯୋଗ ପ୍ରତ୍ୟାହାର କରିବେ ବୋଲି ସେ କହୁଥିଲେ। ସୂଚନାଯୋଗ୍ୟ, ସଂସଦରେ ପ୍ରଶ୍ନ ପଚାରିବାକୁ ମୈତ୍ର ଟଙ୍କା ନେଉଛନ୍ତି ବୋଲି ହେଉଥିବା ଅଭିଯୋଗ ସଂକ୍ରାନ୍ତରେ ଓକିଲ ଦେହାଦ୍ରଈ ହିଁ ‘ବିଜେପି’ ନେତା ନିଶିକାନ୍ତ ଦୁବେଙ୍କୁ ତଥାକଥିତ ପ୍ରମାଣ ଯୋଗାଇ ଦେଇଥିବା କୁହାଯାଉଛି। ଆଜିର ଶୁଣାଣି ସମୟରେ ଦେହାଦ୍ରଈଙ୍କୁ ଜଷ୍ଟିସ୍‌ ଦତ୍ତ କହିଲେ, ମୁଁ ଆଚମ୍ବିତ। ଏହି ମାମଲାରେ ଆପଣ ପ୍ରତିବାଦୀ ଓକିଲଙ୍କ ସହିତ ସମ୍ପର୍କ ରଖିଥିବା କଥା କ’ଣ ସତ| ଦେହାଦ୍ରାଇ କହିଲେ ଯେ, ମୁଁ ତାଙ୍କୁ ଜାଣେ ଏବଂ ସେଥିପାଇଁ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଥିଲି। ତା’ପରେ ବିଚାରପତି ଦତ୍ତ କହିଲେ ଯେ, ଓକିଲ ଗୋପାଳ ଶଙ୍କରନାରାୟଣ ମଧ୍ୟସ୍ଥ ଭୂମିକା ନିର୍ବାହ କରୁଥିବାରୁ ଏହି ମାମଲାରେ ଲଢ଼ିବା ପାଇଁ ଯୋଗ୍ୟ ନୁହନ୍ତି। ଏହି ଘଟଣାକୁ ନେଇ ଓଡ଼ିଶାରେ ମହୁଆ ମୋଇତ୍ର ଓ ପିନାକୀଙ୍କ ସମ୍ପର୍କ ଚର୍ଚାର ବିଷୟ ପାଲଟିଛି | ଟଙ୍କା ଦେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଫଟୋ ଦେଖାଇ ପୁରୀ ସାଂସଦଙ୍କ ଉପରେ ବର୍ଷିଲା ବିଜେପି । ଦର୍ଶନ ହିରାନନ୍ଦାନୀଙ୍କ ସତ୍ୟପାଠକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସତ୍ୟପାଠରେ ପିନାକୀ ମିଶ୍ରଙ୍କ ନାଁ ରହିଛି । ପିନାକୀ ମିଶ୍ରଙ୍କୁ ବହିଷ୍କାର କରିବାକୁ ଦାବି କରିଛି ବିଜେପି ।

Breaking News