ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି | ୨୦୦୯ ବ୍ୟାଚ୍ର ୩ ଜଣ ଆଇପିଏସ୍ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୧୧ ଜିଲ୍ଲାରେ ନୂଆ ଏସ୍ପିମାନଙ୍କୁ ଅବସ୍ଥାପିତ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜଗତସିଂହପୁରରେ ଏସ୍ପି ଥିବା ଅଖିଳେଶ୍ୱର ସିଂହଙ୍କୁ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଛି। ତାଙ୍କୁ SAP ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି। ଗଞ୍ଜାମ ଏସ୍ପି ଥିବା ବ୍ରିଜେଶ କୁମାର ରାୟଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇ ଅନୁଗୋଳ ରେଂଜ ଡିଆଇଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଭଦ୍ରକ ଏସ୍ପି ଚରଣସିଂହ ମୀନାଙ୍କୁ ଡିଆଇଜି ଭାବେ ପଦୋନ୍ନତି ମିଳିଛି। ତାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ବାଲେଶ୍ୱର ଏସ୍ପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୋଳ ଏସ୍ପି ଭାବେ ବଦଳି କରାଯାଇଛି। ଯାଜପୁର ଏସ୍ପି ଥିବା ରାହୁଲ ପିଆରଙ୍କୁ ଜଗତସିଂହପୁର ବଦଳି କରାଯାଇଥିବା ବେଳେ ଅନୁଗୋଳ ଏସ୍ପି ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସ୍ପି ଭାବେ ବଦଳି କରାଯାଇଛି। ଢେଙ୍କାନାଳ ଏସ୍ପି ଏଲ୍ ଦିବ୍ୟାଙ୍କୁ ଭିଜିଲାନ୍ସ ଏସ୍ପି ଭାବେ ନୂଆ ଦାୟିତ୍ୱ ମିଳିଛି। ସ୍ପେଶାଲ ବ୍ରାଞ୍ଚ ଏସ୍ପି ଥିବା ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି। ନୂଆପଡ଼ା ଏସ୍ପି ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ ବଦଳି କରାଯାଇଛି। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଏସ୍ପି ଥିବା ସାଗରିକା ନାଥଙ୍କୁ ବାଲେଶ୍ୱର ବଦଳି କରାଯାଇଛି। କନ୍ଧମାଳ ଏସ୍ପି ବିନିତ ଅଗ୍ରୱାଲଙ୍କୁ ଯାଜପୁର ଏସ୍ପି ଭାବେ ନୂଆ ନିଯୁକ୍ତି ମିଳିଥିବା ବେଳେ କୋରାପୁଟ ଏସ୍ପି ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ବଦଳି କରାଯାଇଛି। ବାଲିଗୁଡ଼ା ଏସ୍ଡିପିଓ ଥିବା ୨୦୧୯ ବ୍ୟାଚ୍ର ଆଇପିଏସ୍ ଅଫିସର ଗୁଣ୍ଡାଲା ରେଡ୍ଡୀ ଆର୍ଙ୍କୁ ନୂଆପଡ଼ା ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୨୦୧୯ ବ୍ୟାଚ୍ର ଆଇପିଏସ୍ ତଥା ମାଲକାନଗିରି ଏସ୍ଡିପିଓ ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳର ଏସ୍ପି ଓ କେଶିଙ୍ଗା ଏସ୍ଡିପିଓ ଅଭିନବ ସୋନକରଙ୍କୁ କୋରାପୁଟ ଏସ୍ପି ଭାବେ ନିଯୁକ୍ତି ମିଳିଛି।
More Stories
ଦିଲ୍ଲୀରେ ଉଠିଲା ଓଡ଼ିଶା ପ୍ରସଙ୍ଗ:ଓଡ଼ିଶାରେ ମହିଳା ଏବଂ ଶିଶୁ ଅସୁରକ୍ଷିତ….
ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି….
ପ୍ରୀତି ରଞ୍ଜନ ଘଡ଼େଇଙ୍କ ଉପରେ ବର୍ଷିଲେ ମନ୍ତ୍ରୀ…..