ରିପୋର୍ଟ କାର୍ଡ / ମୁମ୍ଵାଇ
ମଲାଇକା ଆରୋରା ଏବଂ ଅର୍ଜୁନ କପୁର ସମ୍ପର୍କକୁ ପ୍ରାୟ ୬ବର୍ଷ ହୋଇଗଲାଣି। ଉଭୟ ଏହି ସମ୍ପର୍କକୁ ନେଇ ବେଶ୍ ଖୁସି ଅଛନ୍ତି । ପ୍ରଥମେ ପ୍ରଥମେ ଉଭୟ ସମ୍ପର୍କକୁ ନେଇ ଚୁପ୍ ରହିଥିବା ବେଳେ ଏବେ ଉଭୟ ଏହାକୁ ନେଇ ବେଶ୍ ଖୁସି ଲାଗୁଛନ୍ତି । ଚର୍ଚ୍ଚା ହେଉଛିକି ଏହି ଦମ୍ପତି ଖୁବ୍ ଶୀଘ୍ର ବିବାହ କରିବେ । ଆଜ୍ଞା ହଁ, ଖୁବ୍ ଶୀଘ୍ର ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇପାରେ। ମଲାଇକା ଏବଂ ଅର୍ଜୁନ ବିବାହ କରିବେ। ଏନେଇ ମଲାଇକା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହାକୁ ସୂଚିତ କରିଛନ୍ତି। ପୋଷ୍ଟ ସେୟାର କରି କହିଛନ୍ତି ଆଇ ସେଡ୍ ୟେସ୍… ଯେଉଁଥିରେ ସେ ଲାଜଉଥିବାର ନଜର ଆସିଛନ୍ତି। ତେବେ ଏହି ଫଟୋ ଦେଖି ପ୍ରଶଂସକମାନେ ନା ନା କଳ୍ପନା କରୁଥିବାବେଳେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଅନେକ ୟୁଜର୍ସ ମଲାଇକା- ଅର୍ଜୁନଙ୍କୁ ଅଭିନନ୍ଦନ ଦେଉଥିବାର ନଜର ଆସିଛନ୍ତି। କହିବାକୁ ଗଲେ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଗତ କିଛି ସମୟ ପାଇଁ ପରସ୍ପରକୁ ଡେଟ୍ କରୁଛନ୍ତି । ଦୁହେଁ ଦୁହିଁଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିଲେ। ହେଲେ ଉଭୟ ବିବାହ ପ୍ରସଙ୍ଗରେ ସବୁବେଳେ ଚୁପ୍ ରହିଛନ୍ତି। ନିକଟରେ ଦୁଇଜଣ ଏକାଠି କାଟିବାକୁ ଯାଇଥିଲେ। ଦୁଇ ଜଣଙ୍କର ରୋମାଣ୍ଟିକ୍ ଫଟୋ ଗୁଡ଼ିକ ପ୍ରାୟତଃ ଭାଇରାଲ୍ ହୁଏ ଏବଂ ଆଲୋଚନାର ବିଷୟ ପାଲଟିଥାଏ।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..