ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିକଟରେ ଚୀନ୍ ଗସ୍ତରୁ ଫେରିବା ପରେ ଭାରତ ବିରୋଧରେ ତାଙ୍କ ଆଭିମୁଖ୍ୟ ଅଧିକ କଠୋର କରିଛନ୍ତି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି। ମାଳଦ୍ବୀପ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଭାରତକୁ ସମୟ ସୀମା ଦେଇଛି। ମାଳଦ୍ୱୀପ ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ସେନା ମାର୍ଚ୍ଚ ୧୫ ସୁଦ୍ଧା ଦେଶ ଛାଡିଯିବା ଉଚିତ । ନିର୍ବାଚିତ ହେବା ପରେ ମହମ୍ମଦ ମୁଇଜୁ ଭାରତକୁ ଅଣଦେଖା କରି ପ୍ରଥମେ ଚୀନ୍ ଗସ୍ତରେ ଯାଇ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟିଥିଲେ ଏବଂ ଏହାର କିଛିଦିନ ପରେ ଏବେ ଭାରତକୁ ସେନା ପ୍ରତ୍ୟାହାର ପାଇଁ ସମୟ ସୀମା ଦେଇ ଦ୍ବିପାକ୍ଷିକ କୂଟନୈତିକ ସଂପର୍କକୁ ବିଗାଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷଦ୍ୱୀପ ଗସ୍ତ କରି ପର୍ଯ୍ୟଟନର ବିକାଶ ପାଇଁ ଆହ୍ବାନ ଦେବାପରେ ମାଳଦ୍ବୀପର ଭାରତ ବିରୋଧୀ ଆଭିମୁଖ୍ୟ ତୀବ୍ର ହୋଇଛି। ମାଳଦ୍ୱୀପ ନିକଟରେ ଚୀନ ସହ ସମ୍ପର୍କ ବଢ଼ାଇବା ସହ ଚୀନ୍ର ଇଙ୍ଗିତରେ ପରିଚାଳିତ ହେଉଥିବା କୁହାଯାଉଛି । ଗତକାଲି ସେ ଭାରତ ଉଦ୍ଦେଶ୍ୟରେ କହିଥିଲେ ଯେ ଆମେ ଛୋଟ ରାଷ୍ଟ୍ର ହୋଇପାରୁ କିନ୍ତୁ ଆମକୁ ଗାଳି ଗୁଲଜ କରିବା ପାଇଁ କାହାକୁ ଲାଇସେନ୍ସ ମିଳିନାହିଁ। ଆଜି ମୁଇଜୁଙ୍କ କାର୍ଯ୍ୟାଳୟର ପବ୍ଲିକ୍ ପଲିସି ସେକ୍ରେଟାରି ଅବଦୁଲ୍ଲା ନାଜିମ୍ ଇବ୍ରାହିମ୍ କହିଛନ୍ତି, ଭାରତୀୟ ସୈନିକମାନେ ମାଳଦ୍ୱୀପରେ ରହିପାରିବେ ନାହିଁ। ଏହା ହେଉଛି ରାଷ୍ଟ୍ରପତି ମୁଇଜୁ ଏବଂ ତାଙ୍କ ପ୍ରଶାସନର ନୀତି।






More Stories
କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ୮,୩୦୧ କୋଟି ମଞ୍ଜୁର…..
ଛଅ ପ୍ରମୁଖ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ…..
ଶପଥ ନେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ…..