Report Card Odisha

| Daily Odia News

ମାଟି ତଳୁ ନବଜାତ ଶିଶୁର ମୃତଦେହ ଉଦ୍ଧାର……

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ଜିଲ୍ଲା MPV-83 ଗାଁରେ ମାଟି ତଳୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକେ ପିଲାଟିକୁ ହତ୍ୟା କରି ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ- ଜୁଲାଇ ୨ ତାରିଖରେ ଗାଁର ଶ୍ୟାମଳା ପାଇକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ହେବାର କିଛିଦିନ ପରେ ପଡ଼ୋଶୀ ଲୋକେ ଶିଶୁଟିକୁ ଦେଖିବାକୁ ପାଇ ନଥିଲେ। ଏନେଇ ସେମାନଙ୍କର ସନ୍ଦେହ ହୋଇଥିଲା। ଶିଶୁଟିକୁ ପରିବାର ଲୋକ ହତ୍ୟା କରି ପାଖ ଜଙ୍ଗଲରେ ପୋତି ଦେଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଗତକାଲି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋତା ଯାଇଥିବା ଶିଶୁର ମୃତଦେହ ଉଦ୍ଧାର କରିଥିଲେ। ପିଲାଟିର ବାପାମା’ ହତ୍ୟା କରିବା ପରେ ପୋତି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଅନ୍ୟପକ୍ଷରେ ଶିଶୁର ପରିବାର ଲୋକେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶିଶୁଟି ଅସୁସ୍ଥ ଥିବାରୁ ତାର ମୃତ୍ୟୁ ଘଟିଥିଲା। ଶିଶୁଟି ମୃତ୍ୟୁ ବରଣ କରିବା ପରେ ତାକୁ ପୋତି ଦିଆଯାଇଥିବା ପରିବାର ଲୋକେ କହିଛନ୍ତି।

Breaking News