ରିପୋର୍ଟ କାର୍ଡ / ମାଲକାନଗିର
ଛତିଶଗଡ଼ରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀମାନେ ରକ୍ତମୁଖା ହୋଇଛନ୍ତି। ମାଓବାଦୀମାନେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା କରିଛନ୍ତି। ଛତିଶଗଡ଼ରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ମାଓବାଦୀମାନେ ଏହାକୁ ବିରୋଧ କରି ତୁମୁଳକାଣ୍ଡ ଭିଆଇବାରେ ଲାଗିଛନ୍ତି। ଗତ କିଛିଦିନ ମଧ୍ୟରେ ମାଓବାଦୀମାନେ ୪ ଜଣଙ୍କୁ ହତ୍ୟା କରିଥିଲେ। ପୁଣି ଜଣଙ୍କୁ ହତ୍ୟା କରିଛନ୍ତି। ଛତିଶଗଡ଼ ଅରନପୁର ଥାନା ଅଞ୍ଚଳରେ ସରପଞ୍ଚ ପ୍ରାର୍ଥୀ ଭାବେ ଯୋଗା ବାରସେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲେ। ଯୋଗାଙ୍କୁ ଘରୁ ଟାଣି ଆଣି ଗାଁ ଦାଣ୍ଡରେ ଧାରୁଆ ଅସ୍ତ୍ରରେ ଗଳା କାଟି ମାଓବାଦୀମାନେ ହତ୍ୟା କରିଛନ୍ତି। ସେହି ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ପୋଲିସ ପକ୍ଷରୁ ତଦନ୍ତ ଓ ତଲାସି ଅଭିଯାନକୁ ଜୋରଦାର କରାଯାଇଛି






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..