ରିପୋର୍ଟ କାର୍ଡ / ମାଲକାନଗିରି
ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ବୁଲି ପ୍ରଚାର ଓ ପ୍ରସାର କରିବାରେ ଲାଗିପଡିଛନ୍ତି ଆସି ପ୍ରାର୍ଥୀ । କିନ୍ତୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଲାଗିଛି ମାଓ ପୋଷ୍ଟର । ଯେଉଁଥିରେ ମାଓବାଦୀମାନେ ନିର୍ବାଚନକୁ ପ୍ରବଳ ବିରୋଧ କରିଛନ୍ତି । ସେମାନେ କେବଳ ଏହି ନିର୍ବାଚନକୁ ବିରୋଧ କରି ହିଁ ଏହି ପୋଷ୍ଟର ଲଗାଇଥିବାର ଦେଖିବାକୁ ମିଳିଛି । ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଏହି ପୋଷ୍ଟରରେ ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ କୁହାଯାଇଛି । ଏମିତିକି ପ୍ରତ୍ୟାହାର ନ କଲେ ପ୍ରଜକୋର୍ଟରେ ଦଣ୍ଡ ଦିଆଯିବ ବୋଲି ମଧ୍ୟ ପୋଷ୍ଟେରରେ ଉଲ୍ଲେଖ କରାଯାଇଛି । ମାଓବାଦୀ ବିଶାଖା ଇଷ୍ଟ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବାର ଦର୍ଶାଯାଇଛି । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ଯେମିତିକି ଜନ୍ତାପାଇ, ଯୋଡ଼ାମ୍ବ ଓ ଯନ୍ତ୍ରୀ ଅଞ୍ଚଳରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……