Report Card Odisha

| Daily Odia News

ନାମାଙ୍କନ ଭରିଲେ ମମତା ମହାନ୍ତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କୁଡୁମୀ ସମ୍ପ୍ରଦାୟର ବରିଷ୍ଠ ନେତ୍ରୀ ମମତା ମହାନ୍ତ ଆଜି ବିଜେପି ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ମମତା ମହାନ୍ତଙ୍କୁ ଗତକାଲି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେପି। ଆଜି ପୂର୍ବାହ୍ନରେ ବିଧାନସଭାରେ ପହଞ୍ଚି ଦଳ ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟ ସିଂ ତୋମାରଙ୍କ ପରି ବରିଷ୍ଠ ନେତା ଉପସ୍ଥିତ ଥିଲେ। ମମତା ମହାନ୍ତ ମୟୁରଭଞ୍ଜ କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ । ମମତା ୨୦୨୦ ମସିହା ଏପ୍ରିଲ ୩ ତାରିଖରେ ବିଜେଡି ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ ମସିହା ଏପ୍ରିଲ ୨ ତାରିଖ ରେ ତାଙ୍କ କାର୍ଯ୍ୟକାଳ ସରିଥାନ୍ତା । ମାତ୍ର ୨୧ ମାସ ପୂର୍ବରୁ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ । ଜୁଲାଇ ୩୧ ତାରିଖରେ ମମତା ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ଅସନ୍ତୋଷ ଝାଡ଼ି ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ ଆଣିଥିଲେ। ତା’ପର ଦିନ ସେ ବିଜେପିରେ ମିଶିଥିଲେ।ଏବେ ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି।

Breaking News