ରିପୋର୍ଟ କାର୍ଡ / କଣ୍ଟାବାଞ୍ଜି
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ଶୁଣାଣି ପୁଣି ଘୁଞ୍ଚିଛି। ପୂର୍ବରୁ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ବିଚାରପତିଙ୍କ ଅଦାଲତରେ ଗୋବିନ୍ଦ ନିଜ ଜାମିନ ଆବେଦନ କରିଥିଲେ। ଆଜି ଏନେଇ ଶୁଣାଣି ଦିବସ ଧାର୍ଯ୍ୟ ହୋଇଥିବାରୁ ଅଦାଲତ ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ତେବେ ପ୍ରାରମ୍ଭରୁ ମାମଲାର ପରିଧି କଣ୍ଟାବାଞ୍ଜି ନା ଟିଟିଲାଗଡ ଅଦାଲତର ପରିସର ତାକୁ ନେଇ ସଂଶୟ ଉପୁଜିଥିଲା। ଏନେଇ ବିଚାରପତି ମାମଲା ସମ୍ବନ୍ଧୀୟ ସ୍ପଷ୍ଟିକରଣ ଲୋଡି ଜାମିନ ଆବେଦନ ମାମଲାକୁ ଘୁଞ୍ଚାଇ ଦେଇଥିବା ସରକାରି ଓକିଲ କାନନ କିଶୋର ପଣ୍ଡା ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମୋହନଲାଲ ଶର୍ମା କହିଛନ୍ତି। ତେବେ ପରେ ମାମଲା ତାଙ୍କ ପରିସରଭୁକ୍ତ ହୋଇଥିବା ନେଇ ଅଦାଲତରେ ଆବଶ୍ୟକ ନଥିପତ୍ର ପ୍ରଦାନ କରାଯାଇଥିବା ଅଭିଯୁକ୍ତଙ୍କ ଓକିଲ ଶ୍ରୀ ଶର୍ମା କହିଛନ୍ତି। ପୋଲିସ ପକ୍ଷରୁ କେଶ ଡାଇରୀ ଦାଖଲ ଆଦେଶ ସହ ତୁରନ୍ତ ଜାମିନ ମାମଲା ଶୁଣାଣି ପାଇଁ ଅଦାଲତ କହିଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..