ରିପୋର୍ଟ କାର୍ଡ / କଳାହାଣ୍ଡି
ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି । ବଲାଙ୍ଗିର ପୋଲିସ ଶୁକ୍ରବାର ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଏହି ଚାର୍ଜଶିଟ୍ ଦାଖଲ କରିଥିବା ସୂଚନା ମିଳିଛି । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ ଡ୍ରାଇଭର ରାଧେ ନାଁ ରହିଛି। ଆସନ୍ତା ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ ତାରିଖକୁ ୧୨୦ ଦିନ ପୂରିଥାନ୍ତା। ତେଣୁ ତା ପୂର୍ବରୁ ପୋଲିସ ଚାର୍ଜଶିଟ୍ ଦାଖଲ କରିଛି। କଳାହାଣ୍ଡି ଜିଲ୍ଲା ସନସାଇନ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ। ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ୍ ତତ୍ପର ହୋଇଥିଲା। ତେବେ ମହାଲିଙ୍ଗ କଲେଜ୍ ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁର ନାଁ ସାମ୍ନାକୁ ଆସିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଗୋବିନ୍ଦକୁ ଜେରା ବେଳେ ସେ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଏହା ପରେ ହତ୍ୟାକାଣ୍ଡର ପୂରା କାହାଣୀ ପଦାକୁ ଆସିଥିଲା। ଗୋବିନ୍ଦର ପ୍ରେମ କାହାଣୀ ପାଦରେ ପଡିବା ଭୟରେ ମମିତାକୁ ସେ କାର୍ ଭିତରେ ତଣ୍ଟି ଚିପି ହତ୍ୟା କରିଥିଲା। ପରେ ମୃତଦେହକୁ ପୋଡ଼ି ନିଜେ ନିର୍ମାଣ କରୁଥିବା ଷ୍ଟାଡିୟମରେ ଗାତ ଖୋଳି ପୋତି ଦେଇଥିଲା।ଏହି ଘଟଣା ଗୋବିନ୍ଦ ସାହୁ ସହ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଗଭୀର ସଂପର୍କ ଓ ମନ୍ତ୍ରୀ ବାରମ୍ବାର ଉକ୍ତ ସ୍କୁଲକୁ ଯାଉଥିବା ଅଭିଯୋଗର ତଦନ୍ତ ଦାବି କରି ଆଜି ପର୍ଯ୍ୟନ୍ତ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଏମିତିକି ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିରୋଧୀଙ୍କ ଶାଣିତ ଅଭିମୁଖ୍ୟ ଜାରି ରହିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..