ରିପୋର୍ଟ କାର୍ଡ / ସମ୍ବଲପୁର
ଯୁବକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର ବୁର୍ଲାରେ। ମୃତ ଯୁବକ ଜଣଙ୍କ ହେଲେ ରାମ ମେହେର। ତାଙ୍କ ଘର ବୁର୍ଲା ସହରର ବିଷ୍ଣୁ ମନ୍ଦିରପଡ଼ାରେ। ଆଜି ସକାଳେ ୨ଜଣ ଯୁବକ ବାଇକ୍ରେ ରାମଙ୍କୁ ଆଣି ପେଟ୍ରୋଲ ପମ୍ପ ରାସ୍ତା ସାମ୍ନାରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ରାମଙ୍କ ଶରୀର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁ ଥିବା ବେଳେ ସେ ନିଃବସ୍ତ୍ର ଅବସ୍ଥାରେ ପଡ଼ିଥିଲେ। ଏନେଇ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ରାମଙ୍କୁ ଉଦ୍ଧାର କରି ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ରାମଙ୍କୁ ଯୁବକମାନେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇଲେ, ତାହା ଜଣାପଡ଼ିନାହିଁ।






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….