Report Card Odisha

| Daily Odia News

ଶ୍ରୀମନ୍ଦିର ନାଟମଣ୍ଡପକୁ ଚଢ଼ିଗଲେ ଯୁବକ…..

ରିପୋର୍ଟ କାର୍ଡ / ପୁରୀ

ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ଉପରକୁ ଜଣେ ବଙ୍ଗୀୟ ଭକ୍ତ ଚଢ଼ିବାକୁ ଉଦ୍ୟମ କରିଥିବା ଜଣାପଡିଛି । ଭକ୍ତ ଜଣକ ପଶ୍ଚିମବଙ୍ଗ ହଳଦିଆପଡ଼ାର ରାକେଶ ହାଜରା । ତେବେ ନାଟ ମଣ୍ଡପ ଉପରେ ଚଢ଼ିବା ବେଳେ ଭକ୍ତଙ୍କୁ ଅଟକାଇଥିଲେ ଜେଟିପି । ଚୁନରା ସେବକ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଭକ୍ତ ଉଦ୍ଧାର ହୋଇଛନ୍ତି । ରାକେଶଙ୍କୁ ଅଟକ ରଖିଛି ସିଂହଦ୍ୱାର ଥାନା ପୋଲିସ । କ’ଣ ପାଇଁ ଭକ୍ତ ଜଣକ ନାଟ ମଣ୍ଡପରେ ଚଢ଼ିଥିଲେ, ତାହା ସ୍ପଷ୍ଟ ହୋଇନି । ଅନ୍ୟପଟେ ନାଟମଣ୍ଡପରେ ଚଢ଼ି ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି । ରାକେଶ ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ପ୍ରଥମେ ଶ୍ରୀମନ୍ଦିର ଜେଟିପି ଉଦ୍ଧାର କରିଥିଲେ । ଏହା ପରେ ସିଂହଦ୍ୱାର ଥାନା ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତେବେ ପ୍ରାଥମିକ ସୂଚନାରୁ ଉକ୍ତ ଯୁବକଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଅନୁମାନ କରାଯାଉଛି ।

 

Breaking News