ରିପୋର୍ଟ କାର୍ଡ / ଢେଙ୍କାନାଳ
ମେଡିକାଲ ଛାତରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ଏଭଳି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରୁ | ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମିଳିଥିବା ସୂଚନା ଅନୁସାରେ-ଆଜି ଯୁବକ ଜଣକ ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଯୁବକ ଜଣଙ୍କ ହେଉଛନ୍ତି ପରଜଙ୍ଗ ଡମସାହିର ଚନ୍ଦନ ନାୟକ। ସକାଳେ ଏହି ଯୁବକ ଜଣଙ୍କ କୌଣସି କାରଣକୁ ନେଇ ନିଜ ଘରେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ଚିକିତ୍ସିତ ହେଉଥିବା ଶଯ୍ୟାରୁ ହଠାତ୍ ଉଠି ପଳାଇବା ପରେ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହସ୍ପିଟାଲର ପାଞ୍ଚ ମହଲାରୁ ଡେଇଁ ପଡିଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଢେଙ୍କାନାଳ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। କେଉଁ କାରଣ ପାଇଁ ସେ ବାରମ୍ଵାର ଏଭଳି ଉଦ୍ୟମ କରିଛନ୍ତି ତାହା ଅସ୍ପଷ୍ଟ ରହିଛି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..