Report Card Odisha

| Daily Odia News

ନିଶା ନିବାରଣ କେନ୍ଦ୍ର ହେଲା ମରଣ ଯନ୍ତା !…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିଶା ନିବାରଣ କେନ୍ଦ୍ରରେ ନିଶା ଛାଡ଼ିବାକୁ ଭର୍ତ୍ତି ହୋଇଥିଲେ | କିନ୍ତୁ ଚାଲିଗଲା ଜୀବନ। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳ ରୁ । ମୃତକ ହେଲେ ଭୁବନେଶ୍ୱରର ରାଜୀବ ଶ୍ରୀଚନ୍ଦନ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଡୁମଡୁମା ଅଞ୍ଚଳର ରାଜୀବ ଶ୍ରୀଚନ୍ଦନ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗରେ ସେକ୍ସନ ଅଫିସର ଭାବେ କାମ କରୁଥିଲେ। ପରିବାର କହିଲେ ବାପାଙ୍କର ପୂର୍ବରୁ ଦେହାନ୍ତ ହୋଇ ସାରିଥିବା ବେଳେ ଘରେ କେବଳ ମା’ ଓ ଜେଜେମା’ ଥିଲେ । କୁସଙ୍ଗରେ ପଡ଼ି ନିଶାସକ୍ତ ହୋଇ ପଡ଼ିଥିବା ରାଜୀବ ନିଜେ ଏହାକୁ ହୃଦୟଙ୍ଗମ କରିପାରି ନିଶା ଛାଡ଼ିବାକୁ ସ୍ଥିର କରିଥିଲେ। ଏଥିନିମନ୍ତେ ସେ ନିଜ ସାଙ୍ଗ ମାନସଙ୍କ ଜରିଆରେ କିଛି ଦିନ କୋଳଥିଆସ୍ଥିତ ‘ନିଷ୍ଠା’ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଏହାପରେ ମାସେ କାଳ ତାଙ୍କ ସହ କେହି ସାକ୍ଷାତ ନ କରିବା ନିଷ୍ଠାର ପରିଚାଳକ ଓ କର୍ମଚାରୀ କହିଥିଲେ। କିଛି ଦିନ ନ ବିତୁଣୁ ଗତକାଲି ଅପରାହ୍ନରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ରାଜୀବଙ୍କ ସାଙ୍ଗ ମାନସଙ୍କ ନିକଟକୁ ଫୋନ ଆସିଥିଲା। ମାନସ ହସ୍ପିଟାଲରେ ପହଞ୍ଚି ରାଜୀବଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲେ। ରାଜୀବଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ନିଶା ନିବାରଣ କେନ୍ଦ୍ରରେ କିଛି ଦିନ ନ ବିତୁଣୁ ଗତକାଲି ଅପରାହ୍ନରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ରାଜୀବଙ୍କ ସାଙ୍ଗ ମାନସ ଙ୍କ ନିକଟକୁ ଫୋନ ଆସିଥିଲା। ମାନସ ହସ୍ପିଟାଲରେ ପହଞ୍ଚି ରାଜୀବଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲେ। ରାଜୀବଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

Breaking News