ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଳଦ୍ୱାରରେ ସୁନାର ପେଷ୍ଟ ପୁରାଇ ଯାଉଥିବା ବେଳେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଜନୈକ ଯୁବକ । ଏଭଳି ଘଟଣା ସାମନାଲି ଆସିଛି ହାଇଦ୍ରାବାଦ ବିମାନ ବନ୍ଦରରୁ | ଯୁବକଙ୍କ ମଳଦ୍ୱାରରେ ପ୍ରାୟ ୯୭୫.୧୬ ଗ୍ରାମ ସୁନା ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ୫୦.୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ମଙ୍ଗଳବାର ଦିନ ଦୁବାଇରୁ ଫେରୁଥିବା ବ୍ୟକ୍ତିଙ୍କୁ ହାଇଦ୍ରାବାଦ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି । ଇଣ୍ଡିଗୋ ବିମାନ ୬ଇ ୧୮୭ରେ ଏହି ବ୍ୟକ୍ତି ଜଣଙ୍କ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ହାଇଦ୍ରବାଦ କଷ୍ଟମ ପକ୍ଷରୁ ବୁଧବାର କରାଯାଇଥିବା ଟ୍ୱିଟ ଅନୁଯାୟୀ ମଳଦ୍ୱାରରୁ ପ୍ରାୟ ୫୦.୭୦ ଲକ୍ଷର ସୁନା ଜବତ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରାଯାଇଛି ।






More Stories
ଏକାଠି ଲଢିବେ ରାଜ ଠାକରେ ଏବଂ ଉଦ୍ଧବ ଠାକରେ…..
ଇଣ୍ଟରନେଟ୍ ସେବା ବନ୍ଦ……
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..