ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାମନା ବାସନାର ପରିଣତି ଦାରୁଣ ଓ ଭୟଙ୍କର ରୂପ ନେଇଛି | ରାତିରେ ୨ଥର ଯୌନ ସମ୍ପର୍କ ପାଇଁ ସ୍ତ୍ରୀ ରାଜି ନହେବାରୁ ସ୍ୱାମୀ ଘଟାଇଛି ବର୍ବର କାଣ୍ଡ। ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଛି ସ୍ୱାମୀ। ୩୪ ବର୍ଷୀୟ ସ୍ୱାମୀ ଜଣକ ତାଙ୍କ ୩୦ ବର୍ଷୀୟ ସ୍ତ୍ରୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାରୁ | ହତ୍ୟାକାଣ୍ଡ ନେଇ ଅଭିଯୁକ୍ତ ସ୍ୱାମୀ ପୋଲିସ ନିକଟରେ ସ୍ୱୀକାର କରିଛି। ନିଜ ଦାବି ଅନୁସାରେ ସ୍ତ୍ରୀ ରାଜି ନହେବାରୁ ସେ ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ମହମ୍ମଦ ଅନୱାର। ଗତ ସୋମବାର ଅନୱାର ତାଙ୍କ ସ୍ତ୍ରୀଙ୍କୁ ରାତିରେ ସମ୍ଭୋଗ ପାଇଁ ଉଠାଇଥିଲେ। ପ୍ରଥମ ଥର ପରେ ପୁଣି ଥରେ ସମ୍ପର୍କ ସ୍ଥାପନ ପାଇଁ ସେ ତାଙ୍କୁ ବାଧ୍ୟ କରିଥିଲେ। ହେଲେ ଏଥିରେ ସ୍ତ୍ରୀ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ କଳହ ଉପୁଜିଥିଲା। ପରେ ଅନୱାର ଉତ୍ତ୍ୟକ୍ତ ହୋଇ ଏକ ଦଉଡ଼ି ଆଣି ତାଙ୍କ ପତ୍ନୀଙ୍କ ବେକରେ ବାନ୍ଧି ତାଙ୍କୁ ହତ୍ୟା କରିଥିଲା । ଏହା ପରେ ମୃତ ଦେହକୁ ପଲିଥିନରେ ପ୍ୟାକ କରି ଘର ଠାରୁ ୫୦ କିମି ଦୂରରେ ଫୋଫାଡ଼ି ଦେଇଥିଲା। ସେହିଦିନ ଅନୱାର ପୋଲିସ ଷ୍ଟେସନରେ ତାଙ୍କ ସ୍ତ୍ରୀ ନିଖୋଜ ଥିବା ଅଭିଯୋଗ କରିଥିଲେ। ତାଙ୍କ ସ୍ତ୍ରୀ ୯ ବର୍ଷ ହେବ ନିଖୋଜ ଥିବା ଅଭିଯୋଗ କରିଥିଲେ। କିନ୍ତୁ ମଙ୍ଗଳାବାର ପୋଲିସ ଠାକୁରଦ୍ୱାର ରତୁପୁରା ଗ୍ରାମରେ ଜଣେ ଅଜଣା ମହିଳାଙ୍କ ଶବ ଜବତ କରିଥିଲା। ଠାକୁରଦ୍ୱାର ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ସମ୍ପୃକ୍ତ ମହିଳାଙ୍କ ମୃତ ଦେହକୁ ଚିହ୍ନଟ ପାଇଁ ଫଟୋ ସେୟାର କରିଥିଲା। ନିକଟସ୍ଥ ପୋଲିସ ଷ୍ଟେସନକୁ ମଧ୍ୟ ଏହି ଫଟୋ ସିବୁ ଦିଆଯାଇଥିଲା । ତେବେ ମୋରଦାବାଦର ଅମରୋହା ପୋଲିସ ଷ୍ଟେସନରେ ମହିଳାଙ୍କ ସ୍ୱାମୀ ଜଣକ ପୂର୍ବରୁ ନିଖୋଜ ଅଭିଯୋଗ କରିଥିଲେ। ମହିଳାଙ୍କ ଫଟୋ ଆସିବା ପରେ ନିଖୋଜ ଅଭିଯୋଗର ତଥ୍ୟ ସହ ମେଳ ଖାଇଥିଲା। ଫଳରେ ପୋଲିସ ସନ୍ଦେହ ହେବାରୁ ଅନୱାରଙ୍କୁ ଗିରଫ କରିଥିଲା। ଜେରା ବେଳେ ଅନୱାର ସବୁ ସତକଥା ମାନିଥିଲା। ଅନୱାରଙ୍କ ପତ୍ନୀ ହେଉଛନ୍ତି ରୁଖସର। ଉଭୟେ ୨୦୧୬ରେ ବିବାହ କରିଥିଲେ। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..