Report Card Odisha

| Daily Odia News

ସ୍ତ୍ରୀର ପ୍ରେମିକଙ୍କୁ ଗୁଳିମାଡ଼ କଲା ସ୍ୱାମୀ…..

ରିପୋର୍ଟ କାର୍ଡ / ସମ୍ବଲପୁର

ନିଜ ପ୍ରେମ ପାଇଁ ଦୁଇ ଛୁଆଙ୍କୁ ପର କରି ଦେଇଥିଲା ମା’। ସ୍ୱାମୀ ସହ ୮ବର୍ଷର ସମ୍ପର୍କକୁ ଭୁଲି ପ୍ରେମିକ ସହ ପଳାଇଥିଲେ । ଏନେଇ ପ୍ରତିଶୋଧ ନିଆଁରେ ଜଳୁଥିଲେ ସ୍ୱାମୀ । ତକାଲି ସୁଯୋଗ ପାଇ ସ୍ତ୍ରୀର ପ୍ରେମିକକୁ ଗୁଳି କରିଛି ସ୍ୱାମୀ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବଡନୂଆପଡା ର କ୍ଷେତିନାଳି ଗାଁରେ। ଆହତ ବ୍ୟକ୍ତି ଜଣଙ୍କ ହେଲେ ଟେମ୍ପୁ ଚାଳକ ପଙ୍କଜ ଦେହୁରୀ। ତାଙ୍କ ଘର କ୍ଷେତିନାଳି ଗାଁର ବୋଲି ଜଣାପଡ଼ିଛି। ଘଟଣାପରେ ଅଭିଯୁକ୍ତ ସ୍ୱାଧୀନ ପ୍ରଧାନ ଫେରାର ହୋଇଯାଇଛନ୍ତି। ସୂଚନା ନୁସରେ- ୧୦ ବର୍ଷ ତଳେ ଚାରମାଳ ଥାନା ଝାଙ୍କରପଡା ଗାଁର ସ୍ୱାଧୀନ ରିମା (ଛଦ୍ମ ନାମ)ଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ସୁଖର ସଂସାର ଗଢ଼ିଥିଲେ। ସେମାନଙ୍କ ୨ଟି ସନ୍ତାନ ଥିଲା। ରିମା ପଙ୍କଜଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଶେଷରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨ବର୍ଷ ତଳେ ରିମା ଦୁଇ ଛୁଆ ଓ ନିଜ ସ୍ୱାମୀଙ୍କୁ ଛାଡ଼ି ପଙ୍କଜ ସହ ପଳାଇଯାଇଥିଲେ। ୨ ବର୍ଷ ହେବ ପଙ୍କଜ ଓ ରିମା ସାଥି ହୋଇ ବାହାର ରାଜ୍ୟରେ ରହୁଥିଲେ। କିଛି ଦିନ ତଳେ ପଙ୍କଜ ରିମାଙ୍କୁ ଧରି ନିଜ ଗାଁକୁ ଫେରିଥିଲେ। ଏହି ଖବର ସ୍ୱାଧୀନ ପାଇଥିଲେ। ପଙ୍କଜଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଗତକାଲି ରାତି ସମୟରେ ପଙ୍କଜ ଖାଇସାରି ଅଗଣାରେ ହାତ ଧୋଉଥିଲେ। ଏହି ସମୟରେ ସ୍ୱାଧୀନ ଦେଶୀ ବନ୍ଧୁକରେ ପଙ୍କଜଙ୍କ ଉପରକୁ ୩ରୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ପରିବାର ଲୋକ ଶବ୍ଦ ଶୁଣି ବାହାରକୁ ପଳାଇ ଆସିଥିଲେ। ପଙ୍କଜଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ୱାଧୀନ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ତୁରନ୍ତ ସ୍ୱାଧୀନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି |

Breaking News