Report Card Odisha

| Daily Odia News

କେନ୍ଦ୍ରମନ୍ତ୍ରୀଙ୍କ ଘରେ ରେ ‘ବିଜେପି’ କର୍ମୀଙ୍କୁ ହତ୍ୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ସାଙ୍ଗ ବିନୟ ଶ୍ରୀବାସ୍ତବଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଘଟଣା ଉପରେ ପ୍ରତିକ୍ରିୟାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହତ୍ୟାକାଣ୍ଡ ସମୟରେ ତାଙ୍କ ପୁଅ ଘରେ ନ ଥିଲା। ଘରେ କିଏ ଥିଲା ମୁଁ ଜାଣେନାହିଁ। ମୋ ପୁଅ ନ ଥିଲା। ଗତକାଲିଠାରୁ ସେ ଦିଲ୍ଲୀରେ ଅଛି। ପୋଲିସ ଘଟଣାର ତଦନ୍ତ କରିବା ପରେ ଏଥିର ସମ୍ପୃକ୍ତ ଥିବା ଲୋକମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସତକଥା ଜଣାପଡ଼ିବ। ଘଟଣାର ତଦନ୍ତ କରାଯିବ। ଦୋଷୀକୁ ଦଣ୍ଡ ଦିଆଯିବ। ଆମେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗର ସହାୟତା କରିବୁ। ବିନୟ ଆମର ଅତି ଘନିଷ୍ଠ ଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରିବ।

Breaking News