Report Card Odisha

| Daily Odia News

ମଶା କାମୁଡିବାରୁ ୩୦ ଅପରେସନ,କୋମା ଚାଲିଗଲେ ବ୍ୟକ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଶା କାମୁଡା ସୁସ୍ଥ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇ ଦେଇଥାଏ । କିଛି ରିପୋର୍ଟ ଅନୁସାରେ, ଯେଉଁ ଜୀବଜନ୍ତୁମାନେ ମଣିଷର ଜୀବନ ନିଅନ୍ତି ସେମାନଙ୍କ ମଧ୍ୟରେ ମଶା ସବୁଠୁ ଉପରେ ରହିଛି । ତେବେ ଏହାରି ଭିତରେ ମଶା କାମୁଡାର ଏପରି ଏକ ଖବର ସାମନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ମଶାଙ୍କ କାମୁଡାରେ ହେଉଥିବା ଅନେକ ରୋଗ ବିଷୟରେ ଆପଣ ଶୁଣିଥିଲେ, କିନ୍ତୁ ମଶା କାମୁଡାରେ ଜଣେ ବ୍ୟକ୍ତି ୪ ସପ୍ତାହ ଯାଏ କୋମାକୁ ଚାଲିଯିବା କେବେ ଶୁଣି ନଥିବେ । ବ୍ୟକ୍ତିଙ୍କ ୩୦ ଅପରେସନ ମଧ୍ୟ କରାଯାଇଛି । ଜର୍ମାନୀର ସେବେଷ୍ଟିୟନ ରୋଟସଚକଙ୍କୁ ଏସିଆନ ଟାଇଗର ପ୍ରଜାତିର ମଶା କାମୁଡିଥିଲା ଏବଂ ସେ ମୃତ୍ୟୁ ମୁଖରେ ପଡ଼ିଥିଲେ । ରୋଡରମାର୍କ ନିବାସୀ ୨୭ ବର୍ଷୀୟ ସେବେଷ୍ଟିୟନ ରୋଟସଚକଙ୍କୁ ଏସିଆନ ଟାଇଗର ପ୍ରଜାତିର ମଶା କାମୁଡିବା ପରେ ତାଙ୍କ ରକ୍ତରେ ବିଷ ଖେଳି ଯାଇଥିଲା । ଡେଲି ଷ୍ଟାରର ରିପୋର୍ଟ ଅନୁସାରେ, ଏହାପରେ ତାଙ୍କ କିଡନୀ, ହୃତପିଣ୍ଡ ଏବଂ ଫୁସଫୁସ କାମ କରିବା ବନ୍ଦ କରିଥିଲା । ପ୍ରଥମେ ଫ୍ଲୁ ପରି ଲକ୍ଷଣ ଦେଖା ଦେଇଥିଲା ଏବଂ ପରେ ଶେଯରୁ ଉଠି ପାରି ନଥିଲେ । ତାଙ୍କର ବଞ୍ଚିବା ବି ମୁସ୍କିଲ ହୋଇପାଡିଥିଲା । ସେବେଷ୍ଟିୟନଙ୍କ ବାମ ଜଙ୍ଘରେ ସେରାଟିଆ ନାମକ ବ୍ୟାକ୍ଟେରିଆ ଆକ୍ରମଣ କରିଥିଲା ଏବଂ ଅଧା ଜଙ୍ଘ ଖାଇ ଦେଇଥିଲା । ପରେ ଏସିଆନ ଟାଇଗର ମଶା କାମୁଡି ଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଡାକ୍ତରମାନେ ସେବେଷ୍ଟିୟନଙ୍କ ଶରୀରରେ ୩୦ ଅପରେସନ କରିଥିଲେ । ଗୋଡର ଦୁଇଟି ଆଙ୍ଗୁଠି ମଧ୍ୟ କାଟିବାକୁ ପଡ଼ିଥିଲା । ସେ ୪ ସପ୍ତାହ ଯାଏଁ କୋମା ରହିଥିଲେ । ଆଇସିୟୁରେ ତାଙ୍କୁ ରଖାଯାଇ ଡାକ୍ତରୀ ଟିମ ଚିକିତ୍ସା କରାଇଥିଥିବା ଜଣାପଡିଛି |

 

Breaking News