ରିପୋର୍ଟ କାର୍ଡ / ବ୍ରହ୍ମପୁର
ଅପରେସନ ପରେ ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ୍ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେସିଜିରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟ ଭିତରୁ ଗ୍ଲାସ୍ କଢାଯାଇଛି । ବ୍ୟକ୍ତିଜଣକ ଗୁଜୁରାଟର ସୁରଟକୁ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ । ପ୍ରାୟ ୧୦ ଦିନ ପୂର୍ବରୁ, ସେ ନିଜ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରୁଥିବାବେଳେ ସେମାନେ ନିଶାସକ୍ତ ଅବସ୍ଥାରେ ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରିଦେଇଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ସେ ସୁରଟ ଛାଡି ନିଜ ଗାଁକୁ ଫେରି ଆସିଥିଲେ । ପରେ ପେଟ ଓ ଗୋଡ଼ ଫୁଲିବାରେ ଲାଗିଥିଲା । ଅଧିକ କଷ୍ଟ ହେବାରୁ ସେ ଏମକେସିଜି ଡାକ୍ତର ଟିମ ସହ ପରାମର୍ଶ କରିବା ସହ ଘଟଣା ସଂପର୍କରେ କହିଥିଲେ । ଏକ୍ସରେ ପରେ ଏମକେସିଜିର ଡାକ୍ତରୀ ଟିମ୍ ଗତ ୧୯ ତାରିଖରେ ତାଙ୍କ ଅସ୍ତ୍ରୋପଚାର କରିଥିଲେ। ଡାକ୍ତରୀ ଟିମ୍ ପ୍ରଥମେ ମଳଦ୍ୱାର ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ମାତ୍ର ବିଫଳ ହେବା ପରେ ପେଟ ଅପରେସନ କରି ତାହାକୁ ବାହାର କରିଥିଲେ । ଅପରେସନ ପରେ ବ୍ୟକ୍ତି ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..