ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ମେଟ୍ରୋରେ ଧମକପୂର୍ଣ୍ଣ ମେସେଜ ଲେଖାଯାଇଥିଲା। ଏଥିରେ ତାଙ୍କୁ ହତ୍ୟା କରାଯିବାକୁ ନେଇ ଉଲ୍ଲେଖ ଥିଲା। ଏହି ଧମକପୂର୍ଣ୍ଣ ମେସେଜ ଲେଖିଥିବା ବ୍ୟକ୍ତି ଏବେ ଧରାପଡିଛି। ସିସିଟିଭିରେ ଠାବ ହୋଇଛି ଅଭିଯୁକ୍ତ। ସୂଚନା ମୁତାବକ, ଅଭିଯୁକତ ଜଣକ ବରେଲିର ବାସିନ୍ଦା। ସିସିଟିଭିରେ ସେ ଧମକପୂର୍ଣ୍ଣ ମେସେଜ ଲେଖୁଥିବା ଧରାପଡିବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅଙ୍କିତ ଗୋଏଲ୍ ବୋଲି ପରିଚୟ ମିଳିଛି। ତେବେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ପୋଲିସ କହିଛି। ଡାକ୍ତରୀ ପରୀକ୍ଷା ପରେ ଏହା ସ୍ପଷ୍ଟ ହେବ।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……