Report Card Odisha

| Daily Odia News

ଆଜି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିବ କ୍ରାଇମ୍‌ବ୍ରାଞ୍ଚ…..

ରିପୋର୍ଟ କାର୍ଡ / କଟକ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ଚାନ୍ଦବାଲି ଗଲା କ୍ରାଇମବ୍ରାଞ୍ଚ ଟିମ୍‌ । କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ କଡ଼ା ସୁରକ୍ଷା ମଧ୍ୟରେ ଶର୍ମିଷ୍ଠାଙ୍କ ସହ ୪ଜଣ ଅଭିଯୁକ୍ତଙ୍କୁ ନିଆଜିଛି । ସେଠାରେ କ୍ରାଇମ୍‌ ସିନ୍‌ର ରିକ୍ରିଏସନ୍‌ କରିବ କ୍ରାଇମବ୍ରାଞ୍ଚ। ମିଳିଥିବା ସୂଚନା ଅନୁସାରେ- ମାନସଙ୍କୁ ଚାନ୍ଦବାଲିରୁ ଅପରହରଣ କରାଯାଇଥିଲା । ସେଠାରୁ ଆଣି ଭୁବନେଶ୍ୱରରେ ହତ୍ୟା କରାଯିବା ପରେ ନୟାଗଡ଼ରେ ନେଇ ମାନସଙ୍କ ମୃତଦେହକୁ ପୋତି ଦେଇଥିଲେ ଅଭିଯୁକ୍ତ। ଏହି ଜଘନ୍ୟ ହତ୍ୟାକଣ୍ଡାର କ୍ରାଇମ୍‌ ସିନ ରିକ୍ରିଏସ୍‌ନ ପାଇଁ ଶର୍ମିଷ୍ଠା ଓ ବାକି ଅଭିଯୁକ୍ତଙ୍କୁ ନେଇ ଚାନ୍ଦବାଲି ଅଭିମୁଖେ ବାହାରିଛି କ୍ରାଇମ୍‌ବାଞ୍ଚ । କଡ଼ା ସୁରକ୍ଷା ମଧ୍ୟରେ ଶର୍ମିଷ୍ଠା, ନିରଞ୍ଜନ ଓ ବାକି ଅଭିଯୁକ୍ତଙ୍କୁ ନେଇଛି କ୍ରାଇମ୍‌ବ୍ରାଞ୍ଚ । ଚାନ୍ଦବାଲି ଅଭିମୁଖେ କ୍ରାଇମ୍‌ବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ମଧ୍ୟ ଗସ୍ତ କରିଛନ୍ତି ।

Breaking News