Report Card Odisha

| Daily Odia News

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ସାମ୍ନାକୁ ଆସିଲା ନିରଞ୍ଜନଙ୍କ ଭିଡିଓ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନିରଞ୍ଜନ ସେଠୀଙ୍କର ଏକ ଭିଡିଓ । ଏହି ଭିଡିଓଟି ପୁରୀ ସମୁଦ୍ରରେ ସୁଟିଂ ହୋଇଥିବା ଜଣାପଡିଛି । ଏହା ଏକ ସର୍ଟ ଫିଲ୍ମ ହୋଇଥିବା ବେଳେ ମାନସ ଏହାର ସୁଟିଂ କରିଥିବା କୁହାଯାଉଛି । ଯେଉଁଥିରେ ନିରଞ୍ଜନ ସେଠୀ ଜଣେ ଶିଶୁକୁ ପାଣି ଭିତରୁ ଧରି ଆସୁଛନ୍ତି ଏବଂ ତାଙ୍କ ଆଖପାଖରେ କିଛି ମହିଳା ମଧ୍ୟ ଥିବା ଦେଖିବାକୁ ମିଳିଛି । ତେବେ ଭିଡିଓଟି କେବେକାର , ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାର ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ ଜେରା କରୁଛି | ବୁଧବାର ଦିନ ଜେରା ବେଳେ ମେମୋରି ଚିପ୍ ଏବଂ ଘଟଣାରେ ଅନ୍ୟ କେଉଁ ମାନେ ସାମିଲ ହୋଇଛନ୍ତି ସେନେଇ ପଚରାଉଚରା କରାଯିବର ସୂଚନା ମିଳିଛି । ଏଥିସହିତ ସମସ୍ତ ୪ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ । ତେବେ ସିନ୍ ରିକ୍ରିଏସନ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା, ନିରଞ୍ଜନ ସେଠୀଙ୍କ ସମେତ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ଗତକାଲି କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଏମାନଙ୍କୁ ଅଣାଯିବା ପରେ ଘନ ଘନ ଜେରା ଚାଲିଛି ।

Breaking News