ରିପୋର୍ଟ କାର୍ଡ / ଭୁବନେଶ୍ୱର
କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମ୍ବାଞ୍ଚ ହାତରେ ଲାଗିଛି ଡାଏରୀ । ଶର୍ମିଷ୍ଠାଙ୍କ ଘରୁ ଜବତ ହୋଇଥିବା ଡାଏରୀରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରେ । ଏହି ଡାଏରୀରେ ରହିଛି ଅନେକ ବ୍ୟକ୍ତିଙ୍କ ନାମ । ସମସ୍ତଙ୍କୁ ମୁଖ୍ୟାଳୟ ଡାକି ଜେରା କରିପାରେ କ୍ରାଇମବ୍ରାଞ୍ଚ। ପ୍ରଥମ ପର୍ଯ୍ୟାୟ ରିମାଣ୍ଡର ଶେଷ ଦିନରେ ଶର୍ମିଷ୍ଠାଙ୍କ ଭୁବନେଶ୍ବର ଫ୍ଲାଟରୁ ଡାଏରୀ ଜବତ କରିଥିଲା କ୍ରାଇମବ୍ରାଞ୍ଚ। ସୂଚନା ଅନୁସାରେ- ମାନସ ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ୪ ଜଣଙ୍କୁ ପ୍ରଥମ ପର୍ଯ୍ୟାୟ ୫ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଏହି ସମୟରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲା କ୍ରାଇମବ୍ରାଞ୍ଚ । ଏପିରିକି ରିମାଣ୍ଡର ଶେଷ ଦିନରେ କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଥିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଶର୍ମିଷ୍ଠାଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟରୁ ଏକ ଡାଏରୀ ମିଳିଥିଲା । ଏହି ଡାଏରୀଟି ନିରଞ୍ଜନ ନା ଶର୍ମିଷ୍ଠାଙ୍କର । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଏଥିରେ ଅନେକ ରହସ୍ୟ ଲୁଚି ରହିଛି ବୋଲି ତଦନ୍ତକାରୀ ଟିମ୍ ସନ୍ଦେହ କରୁଛୁ । କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଥିବା ଏହି ଡାଏରୀରେ ଅନେକ ବ୍ୟକ୍ତିଙ୍କ ନାମ ରହିଛି । ଯାହାକି ଆଗାମୀ ଦିନରେ ତଦନ୍ତରେ ସହାୟକ ହେବ । ତେବେ ଡାଏରୀରେ ଲେଖାଥିବା ବ୍ୟକ୍ତିଙ୍କୁ ଡାକି ପଚରାଉଚରା କରିପାରେ କ୍ରାଇମ୍ବ୍ରାଞ୍ଚ ।






More Stories
କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ହେଲେ ରାଜେନ୍ଦ୍ର ବଲ୍ଲଭ ବେହେରା….
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..