Report Card Odisha

| Daily Odia News

ଅଭିଯୋଗକୁ ଖଣ୍ଡନ କଲେ ମାନସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମାନସ ମଙ୍ଗରାଜଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜୁ ଯୁବ ଜନତା ଦଳ ନେତା ନୀଳ ମାଧବ ମହାନ୍ତି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାନସ। ମାନସ କହିଛନ୍ତି, ସସ୍ମିତ ପାତ୍ର ତାଙ୍କୁ ଏପରି କହିଥିବା ମୋର ବିଶ୍ବାସ ହେଉନାହିଁ। କାରଣ ସସ୍ମିତଙ୍କ ସହ ଏନେଇ ମୋର କୌଣସି ବାର୍ତ୍ତାଳପ ହୋଇନି। ଯେଉଁ ନୀଳମାଧବ ମୋ ବାବଦରେ ମତ ରଖିଛନ୍ତି ମୁଁ ତାଙ୍କୁ ଜାଣିନି। ମୁଁ ତାଙ୍କୁ ଦୋଷ ଦେଉ ନାହିଁ, ସମସ୍ତେ ଜାଣିଛନ୍ତି କାହା ପକ୍ଷରୁ କହୁଛନ୍ତି। ସସ୍ମିତ ବାବୁଙ୍କୁ ପଚାରିଲେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ମାନସ କହିଛନ୍ତି। ରାଜ୍ୟରେ ୱାକଫ ଝଡ଼ ଥମିବାର ନାଁ ନେଉ ନ ଥିବା ବେଳେ ବିଜେଡିର ଗୋଟିଏ ପରେ ଗୋଟିଏ ନେତା ମୁହଁ ଖୋଲିବା ଆରମ୍ଭ କରି ଦେଇଛନ୍ତି। ବିଜୁ ଯୁବ ଜନତା ଦଳ ନେତା ନୀଳ ମାଧବ ମହାନ୍ତି ବିଲ ସମର୍ଥନ ପଛରେ ମାନସ ମଙ୍ଗରାଜ ବଡ଼ ଡିଲ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ମାନସ ଏବଂ ସସ୍ମିତଙ୍କୁ ବିଜୁ ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ବିରୋଧ କରାଯିବ ବୋଲି ଗଣମାଧ୍ୟମକୁ ପ୍ରକାଶ କରିଥିଲେ। ସେ କହିଛନ୍ତି, ଭୋଟିଂ ପରଦିନ ସସ୍ମିତ ପାତ୍ରଙ୍କୁ ଫୋନ କରି ପଚାରିଥିଲୁ। ବିବେକ ଅନୁଯାୟୀ ଭୋଟ ପାଇଁ ମାନସ ମଙ୍ଗରାଜ କହିଥିବା କହିଥିଲେ। ଅନ୍ୟପକ୍ଷେ ମାନସ ମଙ୍ଗରାଜ ଭାଜପାର ଦଲାଲ ସାଜିଛନ୍ତି ବୋଲି ନୀଳ ମାଧବ ଏକ ବଡ଼ ଅଭିଯୋଗ ଆଣଥିଲେ।

Breaking News