ରିପୋର୍ଟ କାର୍ଡ / ଭୁବନେଶ୍ୱର
କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି | ମାନସଙ୍କ ପତ୍ନୀ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି କି ମାନସଙ୍କ ହତ୍ୟା ପଛରେ ରାଜ୍ୟର ଦୁଇଜଣ ମନ୍ତ୍ରୀଙ୍କ ହାତ ରହିଛି । ସେମାନେ ହେଉଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନା । ଏହି ଘଟଣା ପଛରେ ଆହୁରି ଅନେକ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କର ଲିଙ୍କ ରହିଥିବା ନେଇ କହିଛନ୍ତି ମାନସଙ୍କ ପତ୍ନୀ। ସେମାନଙ୍କୁ ତୁରନ୍ତ ଗିରଫ ଦାବିକରିଛନ୍ତି । ଏହି ନେତାମାନେ ବୃଦ୍ଧାଶ୍ରମରେ କଳାକାରନାମା କରୁଥିଲେ ବୋଲି ମାନସଙ୍କ ପତ୍ନୀ ସହିତ ତାଙ୍କର ପରିବାରବର୍ଗ ମଧ୍ୟ ଅଭିଯୋଗ ଆଣିଛନ୍ତି । ଉଭୟେ ଦିବ୍ୟଶଙ୍କର ଓ ପ୍ରତାପ ରାଜ୍ୟର ଦୁଇଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇଥିବାରୁ ମାନସଙ୍କ ପରିବାରବର୍ଗଙ୍କ ପକ୍ଷରୁ ଅଣାଯାଇଥିବା ଏହି ଅଭିଯୋଗ ବହୁ ଗୁରୁତ୍ୱ ବହନ କରୁଛି । ମାନସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଏବେ ବି ଫେରାର ରହିଛନ୍ତି । ଆଜି ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ ଦେଇଛନ୍ତି | ଅନ୍ୟପଟେ ଗତକାଲି ଦୁଇ ଅଭିଯୁକ୍ତ ଓଆଇଏସ ଅଫିସର ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ପୋଲିସ ଗିରଫ କରିଥିଲା । ମାନସଙ୍କୁ ହତ୍ୟା କରିବା ସହ ନିର୍ଯାତନା ଦେବା ପଛରେ ଏହି ଦୁଇଙ୍କର ହାତ ରହିଥିଲା । ରଞ୍ଜନଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ହାତରେ ଲାଗିଛି ତାଙ୍କ କଲ୍ ଡିଟେଲ ଲୋକେସନ। ମାନସ ନିଖୋଜ ପରଠୁ ନିରଞ୍ଜନ ଶର୍ମିଷ୍ଠାଙ୍କୁ ଦିନକୁ ୨୦ରୁ ୩୦ ଥର ଫୋନ୍ କରୁଥିଲେ। ଏପରିକି ଦିନେ ଶର୍ମିଷ୍ଠାଙ୍କୁ ୩୦ ଥର ଫୋନ୍ କରିଥିଲେ ନିରଞ୍ଜନ । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ କ’ଣ, | କ’ଣ ପାଇଁ ନିରଞ୍ଜନ ବାରମ୍ବାର ଶର୍ମିଷ୍ଠାଙ୍କୁ ଫୋନ୍ କରୁଥିଲେ,| କ’ଣ କଥା ହେଉଥିଲେ ତାହା ଏବେ ବି ରହସ୍ୟ ହୋଇରହି ଥିବା ବେଳେ ଆଜି ଶର୍ମିଷ୍ଠା ରାଉତଙ୍କ ଭାଇ ବର୍ତ୍ତମାନ ପୋଲିସ କବଜାରେ ରହିଛନ୍ତି |
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….