Report Card Odisha

| Daily Odia News

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ମାଣିକ ସାହା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମାଣିକ ସାହା | ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଦେବ୍ ଇସ୍ତଫା ଦେଇଥିଲେ । ଏହାପରେ ଡାକ୍ତର ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ପକ୍ଷରୁ ଘୋଷଣା ଯିବା ସହ ରାଜ୍ୟପାଳଙ୍କୁ ଜଣାଇଦିଆଯାଇଛି। ସାହା ଗତ ମାସରେ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସେ ବର୍ତ୍ତମାନ ବିଜେପିର ତ୍ରିପୁରା ରାଜ୍ୟ ସଭାପତି ଅଛନ୍ତି। ତେବେ ଇସ୍ତଫା ପରେ ବିଧାୟକ ଦଳ ବୈଠକରେ ବିପ୍ଳବ କୁମାର ଶ୍ରୀ ସାହାଙ୍କ ନାମ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରି ନୂତନ ମୁଖ୍ୟମନ୍ତ୍ରୀଙ୍କ ସହ ସହଯୋଗ କରିବେ ବୋଲି କହିଥିଲେ। ତେବେ ଯୋଜନା ମୁତାବକ ସବୁକିଛି ହୋଇ ନଥିଲା । ସୂଚନା ଅନୁସାରେ ଏହି ବୈଠକରେ କିଛି ବିଧାୟକ ଖୋଲାଖୋଲି ଭାବରେ ଏହି ନିଷ୍ପତିକୁ ବିରୋଧ କରିଥିଲେ ।

 

Breaking News