Report Card Odisha

| Daily Odia News

୧୩୫ ଗିରଫ, ୧୨ ବଙ୍କର ଧ୍ୱଂସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଣିପୁର ହିଂସା ଏବେ ଜାରି ରହିଛି । ସୁରକ୍ଷା ବାହିନୀ ସ୍ଥିତି ସ୍ବାଭାବିକ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିପାରୁନାହିଁ | ଦେଶରେ ଏହା ଏବେ ରାଜନୈତକ ରୂପ ନେଇ ସାରିଲାଣି | ସୁରକ୍ଷା ବାହିନୀ ୨୪ ଘଣ୍ଟା ମଧ୍ୟରେ ଉଗ୍ରବାଦୀଙ୍କ ୧୨ ବଙ୍କର ଧ୍ୱଂସ କରିଛନ୍ତି। ହିଂସା ପ୍ରଭାବିତ ଅଞ୍ଚଳରେ ଉଗ୍ରବାଦୀ ଏହି ବଙ୍କର ନିର୍ମାଣ କରିଥିଲେ। ତାମେନଲୋଙ୍ଗ, ପୂର୍ବ ଇମ୍ଫାଲ, ବିଷ୍ଣୁପୁର, କାଙ୍ଗପୋକପି, ଚୁରାଚାନ୍ଦପୁର ଏବଂ କାଞ୍ଚିଂ ଜିଲାରେ ସର୍ଚ୍ଚ ଅପରେଶନ କରିଛନ୍ତି ବୋଲି ମଣିପୁର ପୋଲିସ ପକ୍ଷରୁ ସୂଚନା ମିଳିଛି। ପୋଲିସର ସୂଚନାନୁସାରେ, କର୍ଫ୍ୟୁ ଉଲ୍ଲଂଘନ, ଚୋରି ଏବଂ ଅଗ୍ନିକାଣ୍ଡ ମାମଲାରେ ୧୩୫ ଜଣଙ୍କୁ ଗିରଫ କରାଯାଇଛି। ମଣିପୁରରେ ହିଂସା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୧୧୦୦ ଅସ୍ତ୍ରଶସ୍ତ୍ର, ୧୩୭୦୨ ଗୁଳି, ୨୫୦ଟି ବିଭିନ୍ନ ପ୍ରକାରର ବୋମା ଉଦ୍ଧାର କରାଯାଇଛି। ରାଜ୍ୟରେ ଶାନ୍ତି ଫେରାଇ ଆଣିବାରେ ସହଯୋଗ କରିବାକୁ ପୁଲିସ ସାଧାରଣ ଜନତାଙ୍କୁ ମଧ୍ୟ ଅନୁରୋଧ କରିଛି।

Breaking News