Report Card Odisha

| Daily Odia News

ମଣିପୁରରେ ଜିତିଲେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଣିପୁର ବିଧାନସଭା ନିର୍ବାଚନରେ ହେନଗାଙ୍ଗ ଆସନରୁ ପ୍ରାୟ ୧୮ ହଜାର ଭୋଟରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ବିଜୟ ଲାଭ କରିଛନ୍ତି | ବିଜୟ ପରେ ସେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ରାଜ୍ୟରେ ପୁଣି ବିଜେପି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି। ବିଜେପି ମଣିପୁରରେ ମେଣ୍ଟ ସରକାର ଗଠନ କରିଥିଲେ ମଧ୍ୟ ଏଥର ଏକାକୀ ନିର୍ବାଚନ ଲଢ଼ୁଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ୨୯ଟି ଆସନରେ, କଂଗ୍ରେସ ୧୦, ଏନପିପି ୯, ଜେଡିୟୁ ୨ ଓ ଅନ୍ୟାନ୍ୟ ଦଳ ୧୦ଟି ଆସନରେ ଆଗରେ ରହିଛନ୍ତି। ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟରେ ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇଛି । ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସ୍ଥିତିକୁ ନଜର ରେ ରଖି ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି । ଏଣିକି ନିର୍ବାଚନ ଜିତିବା ପରେ ବିଜୟ ଯାତ୍ରା କରିପାରିବେ ପ୍ରାର୍ଥୀ । ଏଥିପାଇଁ କଟକଣା କୋହଳ ସହିତ ଅନୁମତି ଦେଇପାରିବେ ସ୍ଥାନୀୟ ପ୍ରଶାସନ ।

 

 

Breaking News