ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଘଟଣାରେ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ସାରା ଦେଶରେ ନିନ୍ଦା କରାଯାଉଛି। ସୋସିଆଲ ମେଡିଆରେ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହି ଘଟଣାକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ କହିଛନ୍ତି, ଭିଡିଓଟି ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଚି । ଆଜି ସକାଳେ ଦୋଷୀଙ୍କୁ ଗିରଫ କରାଯାଇଛି | ବର୍ତ୍ତମାନ ଏହି ଘଟଣାକୁ ନେଇ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଚାଲିଛି ଏବଂ ଆମେ ନିଶ୍ଚିତ କରିବୁ ଯେ ସମସ୍ତ ଅପରାଧୀଙ୍କ ବିରୋଧରେ କଠୋରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ| ଯେଉଁଥିରେ ମୃତ୍ୟୁଦଣ୍ଡର ସମ୍ଭାବନାକୁ ମଧ୍ୟ ବିଚାର କରାଯିବ। ମଣିପୁର ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତକାଲି ରାତି ପ୍ରାୟ ଦେଢଟା ସମୟରେ ମୁଖ୍ୟ ଅପରାଧୀଙ୍କୁ ଗିରଫ କରାଯାଇଥିଲା । ଏହି ଭିଡିଓ ଦେଖିଲା ପରେ ଆମକୁ ବହୁତ ଖରାପ ଲାଗିଲା। ଏହା ମାନବିକତା ବିରୁଦ୍ଧରେ ଅପରାଧ । ଅଭିଯୁକ୍ତଙ୍କୁ ଯେପରି ମୃତ୍ୟୁଦଣ୍ଡ ମିଳିବ ସେନେଇ ରାଜ୍ୟ ସରକାର ନିଶ୍ଚିତ ଚେଷ୍ଟା କରିବେ ବୋଲି କହିଛନ୍ତି |






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..