ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁର ରାସ୍ତାରେ ୨ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାର ଭିଡିଓ ଭାଇରାଲ ହେବା ପରେ ତାତିଛନ୍ତି ରାଜ୍ୟବାସୀ । ଉତ୍ତ୍ୟକ୍ତ ଲୋକେ ଏପରି ଲଜ୍ଜାଜନକ ଘଟଣାର ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାଶ ସିଂ ଘରକୁ ନିଆଁ ଲଗାଇ ଗତକାଲି ଜାଳି ଦେଇଛନ୍ତି। ହୁଇରେମ ହେରାଦାଶ ସିଂଙ୍କ ଘର ଜଳୁଥିବାର ଭିଡିଓ ଭାଇରାଲ ହେଉଥିବା ବେଳେ ଘର ନିକଟରେ ବହୁ ପୁରୁଷ, ମହିଳା ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ବିଚ୍ ରାସ୍ତାରେ ହୁଇରେମ ହେରାଦାଶ ସିଂଙ୍କ ପଶୁ ପରି ଆଚରଣ ସମଗ୍ର ନାରୀ ଜାତି ପାଇଁ ଅପମାନ ସଦୃଶ ହୋଇଥିବାରୁ ଏହି ଘଟଣାରେ ମଣିପୁରର ମହିଳାମାନେ ତାତି ଯାଇଛନ୍ତି। ସେମାନେ ମୁଖ୍ୟତଃ ହୁଇରେମ ହେରାଦାଶ ସିଂଙ୍କ ଘରେ ନିଆଁ ଲଗାଇ ଦେଇଥିବା ଭିଡିଓରେ ଦେଖିବାକୁ ମିଳୁଛି। ହିଂସାଗ୍ରସ୍ତ ମଣିପୁର ର ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗପୋକପି ଜିଲ୍ଲାରେ ଗତ ମେ’ ୪ ତାରିଖରେ ଘଟିଥିବା ଲଜ୍ଜାଜନକ ଘଟଣା ସମଗ୍ର ଦେଶବାସୀଙ୍କ ମୁଣ୍ଡକୁ ନୁଆଁଇ ଦେଇଛି। ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶରୁ ଶୁଭୁଛି ପ୍ରତିବାଦର ସ୍ୱର।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..