ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କ ନ୍ୟାୟିକ ହେପାଜତ ମିଆଦ ବୃଦ୍ଧି ହୋଇଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଉଭୟଙ୍କ ନ୍ୟାୟିକ ହେପାଜତ ମିଆଦକୁ ଆସନ୍ତା ଫେବ୍ରୁଆରୀ ୩ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। ତେଣୁ ଉଭୟ ଫେବ୍ରୁଆରୀ ଯାଏଁ ଜେଲ୍ରୁ ବାହାରି ପାରିବେ ନାହିଁ। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆ ଓ ସଞ୍ଜୟ ସିଂହଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା।






More Stories
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..