Report Card Odisha

| Daily Odia News

ସିସୋଦିଆଙ୍କ ଜାମିନ ଆବେଦନ ଖାରଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଜେଲ୍‌ରେ ଥିବା ଆପ୍‌ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ ହୋଇଛି | ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଆଜି ତାହାକୁ ଖାରଜ କରି ଦେଇଛନ୍ତି ବିଚାରପତି । ବହୁ ସଙ୍ଗୀନ ଆରୋପ ଲାଗିଥିବାରୁ ତାଙ୍କୁ ଏବେ ଜାମିନ ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ। ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ସିସୋଦିଆଙ୍କୁ ପୂରା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଇଥିବା ବେଳେ ନିଜ ସ୍ୱାର୍ଥ ପାଇଁ ଅବକାରୀ ନୀତିକୁ ସେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ବିଚାର କରି କୋର୍ଟ କହିଛନ୍ତି, ମନୀଷ ସିସୋଦିଆ ଜଣେ କ୍ଷମତାଶାଳୀ ବ୍ୟକ୍ତି। ସେ ୨୦୧୫ରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ପାଖରେ ୧୮ଟି ବିଭାଗର ଦାୟିତ୍ୱ ଥିଲା। ସେ ବାହାରକୁ ଗଲେ ନିଜ କ୍ଷମତାର ଦୁରପଯୋଗ କରି ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ତାଙ୍କୁ ଜାମିନ ଦେବା ଏବେ ସମ୍ଭବପର ନୁହେଁ ।

Breaking News