ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢାଉ କରିଛି। ଅବକାରୀ ନୀତି ମାମଲାରେ ଆପ୍ ନେତା ମନୀଷ ସିସୋଦିଆଙ୍କ ଘର ସମେତ ଦିଲ୍ଲୀ ଏନସିଆରର ୨୧ଟି ସ୍ଥାନରେ ଚଢାଉ କରିଛି ସିବିଆଇ। ରେଡ୍ ନେଇ ନିଜେ ମନୀଷ ସିସୋଦିଆ ସୂଚନା ଦେଇଛନ୍ତି । ଏହା ସାହିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ଟ୍ୱିଟରରେ ଲେଖିଛନ୍ତି, ‘‘ସିବିଆଇ ଆସିଛି ଏବଂ ଆମେ ତାଙ୍କୁ ସ୍ୱାଗତ କରୁଛୁ। ଆମେ ଅତ୍ୟନ୍ତ ସଚ୍ଚୋଟ। ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଢୁଛୁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେଉଁମାନେ ଆମ ଦେଶରେ ଭଲ କାମ କରନ୍ତି ତାଙ୍କୁ ଏହିପରି ହଇରାଣ କରାଯାଏ। ସେଥିପାଇଁ ଆମ ଦେଶ ଏପର୍ଯ୍ୟନ୍ତ ୧ ନମ୍ବର ହୋଇପାରୁ ନାହିଁ।’’ ସୂଚନାଯୋଗ୍ୟ, କିଛିଦିନ ତଳେ ଉପରାଜ୍ୟପାଳ ବିନୟ ସକ୍ସେନା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଅବକାରୀ ନୀତିର ଯାଞ୍ଚ ପାଇଁ ସୁପାରିଶ କରିଥିଲେ। ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ଆମେରିକାର ନ୍ୟୁୟର୍କ ଟାଇମ୍ସ ଖବର ସିସୋଦିଆଙ୍କୁ ଶ୍ରେଷ୍ଠ ଶିକ୍ଷା ମନ୍ତ୍ରୀ ଭାବେ ଉପସ୍ଥାପିତ କରିଛି | ସେହଦିନ ହିଁ ସିସୋଦିଆଙ୍କୁ ଟାର୍ଗେଟ୍ କରି ଚଢ଼ଉ କରାଯାଉଛି। ସିସୋଦିଆଙ୍କ ଉପରେ ଆଗରୁ CBI ରେଡ଼ କରିଛି ଏହା ପ୍ରଥମ ନୁହେଁ | ମୋ ଉପରେ କେତେ ଥର CBI ରେଡ଼ ହୋଇସାରିଛି | ଆପର ଅନେକ ମନ୍ତ୍ରୀ ନେତାଙ୍କୁ CBI ରେଡ଼ ହୋଇଛି କିନ୍ତୁ କିଛି ମିଳିନାହିଁ ବୋଲି କେଜ୍ରିୱାଲ କହିଛନ୍ତି | ସେପଟେ ଏହି ଘଟଣାକୁ ନେଇ ଟିଏମସି କେନ୍ଦ୍ର ସରକାଙ୍କୁ ସମାଲୋଚନା କରିଛି | ଟିଏମସି ନେତା ସୌଗତ ରାୟ ବିଜେପି କୁ ଟାର୍ଗେଟ କରିକହିଛନ୍ତି ବିରୋଧୀଙ୍କୁ ଦବେଇବା ପାଇଁ ଏହା ଏକ ମାଧ୍ୟମ | କେନ୍ଦ୍ର ସାରକଙ୍କର ଦୁଇ ହାତ ହେଲା CBI ଓ ED | ସେମାନେ ଏଭଳି ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ କରିଛନ୍ତି | ପୂର୍ବରୁ ଦିଲ୍ଲୀରେ ସତୀନ୍ଦ୍ର ଜୈନଙ୍କ ଘରେ ମଧ୍ୟ CBI ରେଡ଼କରିଥିଲା | ଏବେ ମନୀଷ ସିସୋଦିଆଙ୍କ ଘର ରେଡ଼ ହେଉଛି |






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..