ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି | ବିଜେପି ସହ ସାମିଲ ହେବାକୁ ପ୍ରସ୍ତାବ ଦିଆଯାଉଥିବା କଥା ସିସୋଦିଆ କହିଛନ୍ତି | ସେ କହିଛନ୍ତି କି ଆପକୁ ଭାଙ୍ଗି ଆମ ସହ ସାମିଲ ହୁଅ। ସିବିଆଇ-ଇଡି ମାମଲା ବନ୍ଦ କରିଦେବୁ। ବିଜେପିକୁ ନେଇ ଏଭଳି ବଡ଼ ଦାବି କରିଛନ୍ତି ସିସୋଦିଆ। ଏହି ଦାବି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମନୀଷ ସିସୋଦିଆ ଏନେଇ ଟୁଇଟ୍ କରି ଲେଖିଛନ୍ତି, “ମୁଁ ବିଜେପି ପକ୍ଷରୁ ଏକ ପ୍ରସ୍ତାବ ପାଇଛି। ଆପକୁ ଭାଙ୍ଗି ବିଜେପିରେ ଯୋଗଦେଲେ ସମସ୍ତ ସିବିଆଇ ଇଡି ମାମଲା ବନ୍ଦ ହୋଇଯିବ ବୋଲି ମୋତେ ବିଜେପି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ବିଜେପିକୁ ମୋର ଉତ୍ତର- ମୁଁ ରାଜପୁତ, ମହାରାଣା ପ୍ରତାପଙ୍କ ବଂଶଧର। ମୋର ମୁଣ୍ଡ କଟିଗଲେ ବି ଦୁର୍ନୀତିଗ୍ରସ୍ତ-ଷଡଯନ୍ତ୍ରକାରୀଙ୍କ ଆଗରେ ମୁଣ୍ଡ ନୁଆଁଇବି ନାହିଁ। ଗୁଜୁରାଟ ଯିବା ପୂର୍ବରୁ ମନୀଷ ସିସୋଦିଆ ଏହି ଟ୍ବିଟ କରିଛନ୍ତି। ସେପଟେ ମନୀଷ ସିସୋଦିଆଙ୍କୁ ଆପ ଛାଡ଼ିବା ପାଇଁ ବିଜେପି ପ୍ରସ୍ତାବ ଦେଇଥିବା ଖବର ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ବିଜେପି ଏପରି ପ୍ରସ୍ତାବ ଦେଇଥିବା ନିଜେ ସିସୋଦିଆ କହିଥିଲେ। ଏହାକୁ ନେଇ ବିଜେପି ସିସୋଦିଆ ଭାଙ୍ଗ ଖାଇଛନ୍ତି କି ବୋଲି ପ୍ରଶ୍ନ କରିଛି। ବିଜେପି ନେତା ପରଭେଶ ବର୍ମା କହିଛନ୍ତି, “ପ୍ରତିଦିନ ସକାଳେ ମନୀଷ ସିସୋଦିଆ ପ୍ରାଣାୟମ କରନ୍ତୁ। କ’ଣ ସେ ଭାଙ୍ଗ ଖାଇଛନ୍ତି | ତାଙ୍କୁ ବିଜେପି ସାମିଲ ହେବାକୁ ପ୍ରସ୍ତାବ ଦେଇଥିବା ଲୋକର ନାଁ ସେ ସାର୍ବଜନୀନ କରନ୍ତୁ। ଯଦି ସେ ନିଜ ନାକକୁ ତଳେ ଘଷିବେ, ତା’ହେଲେ ବି ବିଜେପି ତାଙ୍କୁ ନିଜ ସହ ସାମିଲ କରିବ ନାହିଁ।”






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……