Report Card Odisha

| Daily Odia News

ମନୀଷ ସିସୋଦିଆ ଙ୍କୁ ମିଳିଲା ଜାମିନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି | ଆଜି ଦିଲ୍ଲୀର ଏକ ଅଦାଲତ ତାଙ୍କ ଝଆରୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ତିନି ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସିବିଆଇ ଓ ଇଡି ଦ୍ୱାରା ତଦନ୍ତ ଚାଲିଥିବା ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ସ୍ୱତନ୍ତ୍ର ବିଚାରପତି ଏମ୍‌ କେ ନାଗପାଲ ମନୀଷ ସିସୋଦିଆଙ୍କୁ ଫେବ୍ରୁଆରି ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଜାମିନ ପ୍ରଦାନ କରିଛନ୍ତି। ସଂପ୍ରତି ରଦ୍ଦ ହୋଇ ଯାଇଥିବା ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ପ୍ରଣୟନ ଓ କାର୍ଯ୍ୟକାରିତାରେ ଦୁର୍ନୀତି ଅଭିଯୋଗରେ ସିବିଆଇ ୨୦୨୩ ଫେବ୍ରୁଆରି ୨୬ରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା। ସିବିଆଇ ତାଙ୍କୁ ଗିରଫ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ମାର୍ଚ୍ଚ ୯ ତାରିଖରେ ତିହାର ଜେଲରୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା।

 

Breaking News