ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ଝିଅ ମନୀଷା ପାଢୀ। ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ମିଳିଥିବା ସୂଚନା ଅନୁସାରେ, ମନୀଷା ହେଉଛନ୍ତି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବାସିନ୍ଦା । ତାଙ୍କର ମାତାପିତା ଭୁବନେଶ୍ବରରେ ରୁହନ୍ତି। ମନୀଷା ଭୁବନେଶ୍ବର ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି। ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର। ଆଜି ଠାରୁ ସେ ତାଙ୍କର ଦାୟିତ୍ବ ଗ୍ରହଣ କରିଛନ୍ତି।ଏହାପୂର୍ବରୁ ମନୀଷା ଏୟାର ଫୋର୍ସ ଷ୍ଟେସନ ବିଦାର,ଏୟାର ଫୋର୍ସ ଷ୍ଟେସନ ପୁନେ ଓ ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରିଛନ୍ତି। ମନୀଷାଙ୍କ ଉଲ୍ଲେଖନୀୟ ଉପଲବ୍ଧି କେବଳ ଏକ ମାଇଲଖୁଣ୍ଟ ନୁହେଁ ବରଂ ମହିଳା ଶକ୍ତିର ସାକ୍ଷ୍ୟ ତଥା ମହିଳାମାନେ ଲିଙ୍ଗଗତ ମାନଦଣ୍ଡକୁ ଭାଙ୍ଗି କିଭଳି ପ୍ରତ୍ୟେକ କ୍ଷେତ୍ରରେ ଉତ୍କଷ୍ଟ ପ୍ରର୍ଦଶନ କରୁଛନ୍ତି, ତାହାର ବୋଲି ପ୍ରମାଣ ବୋଲି ରାଜ୍ୟପାଳ ଡ.ହରିବାବୁ କାମଭାମପତି କହିଛନ୍ତି। ମନୀଷାଙ୍କ ଦାୟିତ୍ବ ଗ୍ରହଣ ଅବସରରେ ସେ ଏହି ସୂଚନା ଦେଇଛନ୍ତି |






More Stories
ଦିଲ୍ଲୀ ବୋମା ବିସ୍ଫୋରଣ: ରହିଛି ଓଡିଶା ଲିଙ୍କ୍!….
ଚୀନକୁ ଆମେରିକାର ଖୋଲା ଚେତାବନୀ…..
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..